ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ବନ୍ଧନ ବିଜ୍ନେସ୍ ସାଇକେଲ ଫଣ୍ଡ୍ର ଶୁଭାରମ୍ଭ
ଭୁବନେଶ୍ୱର : ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ବ୍ୟବସାୟ ଚକ୍ର-ଭିତିକ ନିବେଶ ବିଷୟବସ୍ତୁକୁ ଅନୁସରଣ କରୁଥିବା ଏକ ଓପନ୍-ଏଣ୍ଡେଡ ଇକ୍ୱିଟି ସ୍କିମ୍ ‘ବନ୍ଧନ ବିଜ୍ନେସ ସାଇକେଲ ଫଣ୍ଡ୍’ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ଫଣ୍ଡ୍ ଏକ୍ସପାନ୍ଶନ, ପିକ୍, କଂଟ୍ରାକ୍ସନ ଓ ସ୍ଲମ୍ପ ଭଳି ଅର୍ଥନୈତିକ ଚକ୍ରର ଭିନ୍ନ ଭିନ୍ନ ପର୍ଯ୍ୟାୟ ଅନୁଯାୟୀ ଗତିଶୀଳ ଭାବେ କ୍ଷେତ୍ର ଆବଂଟନକୁ ନିୟନ୍ତ୍ରଣ କରିଥାଏ, ଏହା ଅଭିବୃଦ୍ଧି ସୁଯୋଗଗୁଡିକୁ ହାସଲ କରିବା ଏବଂ ବିଭିନ୍ନ ବଜାର ସ୍ଥିତିରେ ବିପଦକୁ ପରିଚାଳନା କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ନୂତନ ଫଣ୍ଡ୍ ଅଫର (ଏନ୍ଏଫ୍ଓ) ମଙ୍ଗଳବାର, ସେପ୍ଟେମ୍ବର ୧୦ ତାରିଖ ୨୦୨୩ରେ ଖୋଲିବ ଏବଂ ମଙ୍ଗଳବାର, ସେପ୍ଟେମ୍ବର ୨୪ ତାରିଖ ୨୦୨୪ରେ ବନ୍ଦ ହେବ । ବନ୍ଧନ ବିଜ୍ନେସ ସାଇକେଲ ଫଣ୍ଡ୍ରେ ନିବେଶ ଲାଇସେନ୍ସପ୍ରାପ୍ତ ମ୍ୟୁଚୁଆଲ ଫଣ୍ଡ ବିତରଣକାରୀ, ଆର୍ଥିକ ପରାମର୍ଶଦାତା, ଅନ୍ଲାଇନ ପ୍ଲାଟ୍ଫର୍ମ କିମ୍ବା ସିଧାସଳଖ https://bandhanmutual.com/nfo/bandhan-business-cycle-fund/. ମାଧ୍ୟମରେ କରାଯାଇପାରିବ ।
ଏସମ୍ପର୍କରେ ବନ୍ଧନ ଏଏମ୍ସିର ସିଇଓ ବିଶାଲ କପୁର କହିଛନ୍ତି, “ବନ୍ଧନ ବିଜ୍ନେସ୍ ସାଇକେଲ ଫଣ୍ଡ୍ ଏକ ୩୬୦ ଡିଗ୍ରୀ ଆଭିମୁଖ୍ୟ ଗ୍ରହଣ କରିଛି, ଉଦୀୟମାନ ସୁଯୋଗଗୁଡିକୁ ହାସଲ କରିବା ପାଇଁ ଅର୍ଥନୈତିକ ଚକ୍ର, ଇକ୍ୱିଟି ବଜାର ଧାରା ଓ ବିଭିନ୍ନ କ୍ଷେତ୍ରର ଗିତିବଧିକୁ ଉପଯୋଗ କରୁଛି । ଏହି ଫଣ୍ଡ୍କୁ ପୋର୍ଟଫୋଲିଓର ବିବିଧକରଣକୁ ଉନ୍ନତ କରିବା ପାଇଁ ଡିଜାଇନ କରାଯାଇଛି ଏବଂ ଏହା ବଜାର ସ୍ଥିତି ଉପରେ ଆଧାର କରି କ୍ଷେତ୍ର ଆବଂଟନକୁ ଆଡ୍ଜଷ୍ଟ କରି ଅର୍ଥନୈତିକ ଅସ୍ଥିରତା ସହ ଜଡିତ ବିପଦଗୁଡିକୁ ପରିଚାଳନା କରିବା ସହ ରିଟର୍ଣ୍ଣକୁ ସର୍ବାଧିକ କରିବା ପାଇଁ ଲକ୍ଷ୍ୟ ରଖିଛି । ବନ୍ଧନ ବିଜ୍ନେସ୍ ସାଇକେଲ ଫଣ୍ଡ୍ ଏକ ଦୀର୍ଘାବଧି ନିବେଶ ବଜୟ ରଖିଥିବା ଓ ଅଧିକ ରିସ୍କକୁ ପସନ୍ଦ କରୁଥିବା ନିବେଶକଙ୍କ ପାଇଁ ଉପଯୁକ୍ତ ଅଟେ, ଯିଏ ଏକ ସେକ୍ଟର-ରୋଟେଶନ ରଣନୀତି ସହ ନିଜର ପୋର୍ଟଫୋଲିଓକୁ ବହୁମୂଖୀ କରିବା ପାଇଁ ଚାହୁଁଛନ୍ତି ଯାହା ଅର୍ଥନୈତିକ ଚକ୍ରରୁ ପୁଞ୍ଜି ହାସଲ କରି ରିଟର୍ଣ୍ଣ ବୃଦ୍ଧି କରିପାରେ ।”
ବିଜ୍ନେସ୍ ସାଇକେଲଗୁଡିକ ଅର୍ଥନୈତିକ ଅଭିବୃଦ୍ଧିର ପ୍ରାକୃତିକ ବୃଦ୍ଧି ଓ ହ୍ରାସର ପ୍ରତିନିଧିତ୍ୱ କରୁଥିବା ବେଳେ ପ୍ରତ୍ୟେକ ପର୍ଯ୍ୟାୟ ସ୍ୱତନ୍ତ୍ର ମାଧ୍ୟମରେ ଭିନ୍ନ ଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଥାଏ । ଉଦାହରଣ ସ୍ୱରୁପ, ଫାଇନାନ୍ସିଆଲ ଓ ରିଅଲ ଇଷ୍ଟେଟ କ୍ଷେତ୍ର ସମ୍ପ୍ରସାରଣ ପର୍ଯ୍ୟାୟରେ ଉନ୍ନତ ପ୍ରଦର୍ଶନ କରିପାରେ, ଯେତେବେଳେ କି କଞ୍ଜ୍ୟୁମର ଷ୍ଟାପଲ ଓ ୟୁଟିଲିଟି କଂଟ୍ରାକ୍ସନ ସମୟରେ ଅଧିକ ସ୍ଥିର ହୋଇଥାଏ । ଏକ ଟପ୍-ଡାଉନ ସେକ୍ଟର ଚୟନ ଆଭିମୁଖ୍ୟ ସହ ଏହି ଫଣ୍ଡ୍ ନିଫ୍ଟି ୫୦୦ ଇଣ୍ଡେକ୍ସରେ ଶୀର୍ଷ ୫ଟି କ୍ଷେତ୍ରର ସର୍ବନିମ୍ନ ୩ଟିରେ ପର୍ଯ୍ୟାପ୍ତ ବିଚ୍ଛିନ୍ନତା ପାଇଁ ଲକ୍ଷ୍ୟ ରଖିଛି । ଏହା ମାର୍କେଟ କ୍ୟାପ୍ରେ ବିବିଧତା ପ୍ରଦାନ କରୁଛି, ମଜବୁତ ବ୍ୟବସାୟଗୁଡିକ ଉପରେ ଗୁରୁତ୍ୱ ଦେବା ସହିତ ୧୫% ପର୍ଯ୍ୟନ୍ତ ଉଚ୍ଚ ନଗଦ ସ୍ଥିତି ମାଧ୍ୟମରେ ତରତଳାକୁ ପରିଚାଳନା କରୁଛି । ରଣନୈତିକ ଭାବେ ଏହାର କ୍ଷେତ୍ର ଆବଂଟନକୁ ଗ୍ରହଣ କରି ବନ୍ଧନ ବିଜ୍ନେସ୍ ସାଇକେଲ ଫଣ୍ଡ୍ ନିବେଶଗୁଡିକୁ ପ୍ରଚଳିତ ଆର୍ଥିକ ସ୍ଥିତି ସହ ଜଡିତ କରି ରିଟର୍ଣ୍ଣକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛି ।
Comments are closed, but trackbacks and pingbacks are open.