ଅମ୍ପନ ବାତ୍ୟା ପରବର୍ତ୍ତୀ ପୁର୍ନନିର୍ମାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ

0 2,181

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମ୍ପନ ବାତ୍ୟା ପରବର୍ତ୍ତୀ ପୁର୍ନନିର୍ମାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ସଂକ୍ରମଣର ଭୟକୁ ଖାତିର ନକରି ଅମ୍ପନ ବାତ୍ୟା ସମୟରେ ଆମର ସରକାରୀ କର୍ମଚାରୀମାନେ, ଜନପ୍ରତିନିଧିମାନେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସାହସିକତା ଓ ନିଷ୍ଠାର ସହିତ କାମ କରିଛନ୍ତି ଏବଂ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରାଯାଇପାରଛି ।

ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାତ୍ୟାର ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ରାସ୍ତାର ପୁନଃନିର୍ମାଣ ଏବଂ ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରି ଆମର କର୍ମଚାରୀମାନେ ଯେଭଳି ଦକ୍ଷତା ପ୍ରଦର୍ଶନ କରିଛନ୍ତି ତାହାକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି ।

Leave A Reply