ରାଜ୍ୟରେ ଦେଢ ହଜାରେ ଟପିଲା କରୋନ ଆକ୍ରାନ୍ତଙ୍କ ସଂଖ୍ୟା

0 2,247

ଭୁବନଶ୍ୱର – ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆଉ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୫୧୭ରେ ପହଞ୍ଚିଛି । ତେବେ ଆଜି ସୁବର୍ଣ୍ଣପୁରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାୟଗଡ଼ା ବ୍ୟତୀତ ରାଜ୍ୟର ୨୯ଟି ଜିଲ୍ଲାକୁ କରୋନା ବ୍ୟାପିଛି । ସୁବର୍ଣ୍ଣପୁରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଗୁଜୁରାଟ୍‍ରୁ ଫେରି କ୍ୱାରେଣ୍ଟାଇନ୍‍ ସେଣ୍ଟର୍‍ରେ ରହୁଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମଙ୍ଗଳବାରରେ ଚିହ୍ନଟ ହୋଇଥିବା ୭୯ଜଣଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୧୬ଜଣ, ବଲାଙ୍ଗିରରୁ ୧୪, ଗଞ୍ଜାମରୁ ୫, ଯାଜପୁରରୁ ୨, ବାଲେଶ୍ୱରରୁ ୪, ଖୋର୍ଦ୍ଧାରୁ ୪, ପୁରୀରୁ ୪, କେନ୍ଦ୍ରାପଡ଼ାରୁ ୬, ନୟାଗଡ଼ରୁ ୩, କେନ୍ଦୁଝରରୁ ୮, କନ୍ଧମାଳରୁ ୭, ଢେଙ୍କାନାଳରୁ ୩
ଏବଂ ଅନୁଗୁଳ ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍‍ ୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟାଇନ୍‍ ସେଣ୍ଟର୍‍ରେ ଥିବାବେଳେ ୮ ଜଣ ସ୍ଥାନୀୟ ବ୍ୟକ୍ତି ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮୧୯ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ୧ ଲକ୍ଷ ୩୧ ହଜାର
୫୯୫ ନମୁନା ପରୀକ୍ଷଣ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଜି ଆଉ ୮୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫୧୭ଟି ମାମଲା ସାମନାକୁ ଆସିଛି। ସାତ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭୩୩ ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି । ରାଜ୍ୟରେ ମୋଟ ୭୭୭ ଜଣ ବିଭିନ୍ନ କୋଭିଡ୍‍-୧୯ ହସ୍ପିଟାଲ୍‍ରେ ଚିକିତ୍ସିତ ହେଉଛନ୍ତି ।

Leave A Reply