ଓଡିଶାରେ ଲକ୍ଷେ ଲୋକ ପୂରଣ କରିସାରିଲେଣି କ୍ୱାରେଣ୍ଟାଇନ୍- ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର – କରୋନା ଆକ୍ରାନ୍ତଙ୍କ ମୃତ୍ୟୁହାର ଓଡିଶାରେ ସବୁଠାରୁ କମ୍ । ପଞ୍ଚାୟତ ସ୍ତରରେ ସଙ୍ଗରୋଧ କେନ୍ଦ୍ର ତିଆରି କରାଯିବା ସରକାରଙ୍କର ଏକ ସଫଳ ନିଷ୍ପିତ୍ତି । କରୋନା ବିରୋଧୀ ମୁକାବିଲାରେ ଏହା ବେଶ୍ ସହାୟକ ହୋଇଛି। ଓଡିଶାରେ ଆଗୁଆ କରାଯାଇଥିବା ପ୍ରସ୍ତୁତି ଓ ନିଷ୍ପତିରୁ ସୁଫଳ ମିଳିଛି ।
କରୋନା ମୁକାବିଲାରେ ଓଡିଶା ଏକ ମଡେଲ ରାଜ୍ୟ ହୋଇପାରିଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ପ୍ରବାସୀଙ୍କୁ ନେଇ ଆଜି ଯାଏଁ ଓଡିଶାକୁ୧୦୯ଟି ସ୍ୱତନ୍ତ୍ର ଟ୍ରେନ ଆସିଛି । ଏପର୍ଯ୍ୟନ୍ତ ୧ଲକ୍ଷ ୫୩ ହଜାର ୭୩୮ ଜଣ ଲୋକ ଟ୍ରେନରେ ଓଡିଶା ଆସିଲେଣି। ଗଂଜାମ ଜିଲ୍ଲାରେ ସର୍ବାଧିକ ୭୩ ହଜାର ଲୋକ ପହଞ୍ôଚଛନ୍ତି । ସେହିପରି ବର୍ତ୍ତମାନ ପଯ୍ୟନ୍ତ ଲକ୍ଷେ ଲୋକ କ୍ୱାରେଂଟାଇନ ଅବଧି ଶେଷ କଲେଣି । ସେମାନଙ୍କୁ ଏକ ଡିସ·ର୍ଜ ପ୍ରମାଣ ପତ୍ର ଦେଇ ଘରକୁ ପଠାଯାଉଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି
ନୂଆ ଗାଇଡ୍ ଲାଇନ୍ ଅନୁସାରେ ପ୍ରବାସୀଙ୍କୁ ୭ ଦିନ ସଂଗରୋଧରେ ରଖାଯାଉଛି। ଲକ୍ଷଣ ଥିଲେ ୭ ଦିନରୁ ଅଧିକ ରଖାଯାଉଛି। ଲକ୍ଷଣ ନଥିଲେ ୭ଦିନ ପରେ ସେମାନଙ୍କୁ ଘରକୁ ପଠାଯାଇ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯାଉଛି। ଏଭଳି ଭାବେ ୧ଲକ୍ଷ ଲୋକ କ୍ୱାରେଣ୍ଟ।।ଇନ୍ ଶେଷ କରିଛନ୍ତି।
ସେହିପରି ହସ୍ପିଟାଲରୁ ଡିସଚାର୍ଜ ହେଉଥିବା ଆକ୍ରାନ୍ତଙ୍କୁ ୧୪ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯାଉଛି ବୋଲି ସେ କହିଛନ୍ତି।
ରାୟଗଡା ଜିଲ୍ଲାକୁ ବାଦ ଦେଇ ରାଜ୍ୟର ୨୯ଟି ଜିଲ୍ଲା ଏବେ କରୋନା କାୟାରେ କବଳିତ। ତେବେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୭୨ଜଣ ସୁସ୍ଥ ହୋଇଥିବାବେଳେ ୮୩ଟି ସକ୍ରିୟ ମାମଲା ରହିଛି ଏବଂ ୩ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଯାଜପୁର ଜିଲ୍ଲାରେ ୨୪୨, ବାଲେଶ୍ୱରରେ ୧୩୭,ଭଦ୍ରକରେ ୧୦୬ ଓ ଖୋର୍ଦ୍ଧାରେ ୮୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ପୁରୀଜିଲ୍ଲାରେ ୮୫, କଟକ ୭୫, କେନ୍ଦ୍ରାପଡା ୬୧, ନୟାଗଡ ୪୮, ଜଗତସିଂହପୁର ୪୧, ବଲାଙ୍ଗୀର ୩୮, ସୁନ୍ଦରଗଡ ୩୭ ଓ ବୌଦ୍ଧ ଜିଲ୍ଲାରେ ୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଅନୁଗୋଳରେ ୨୫, ଦେବଗଡ ୨୪, କେନ୍ଦୁଝର ୨୦, ମାଲକାନଗିରି ୧୯, ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲାରୁ ୧୫ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଜିଲ୍ଳାରୁ ୧୩ ଓ ଗଜପତି ଜିଲ୍ଲାରୁ ୧୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ଅନ୍ୟ ୮ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି ।