ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ପରଦା ହଟାଇଛି କ୍ରାଇମବ୍ରାଞ୍ଚ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ହେବା ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ତେବେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା ମୁତାବକ, ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିହେବ ନାହିଁ । ଏହା ହେଉଛି ଏକ ଦୁର୍ଘଟଣା । ତେବେ ଘଟଣା ଘଟିବା ସମୟରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଉପସ୍ଥିତ ଥିଲେ ମଧ୍ୟ ସୌମ୍ୟରଞ୍ଜନ ପୋଡ଼ିଯିବାବେଳେ ସେ ନିଆଁ ଲିଭାଇବା ପାଇଁ କୌଣସି ପ୍ରକାର ଉଦ୍ୟମ କରି ନ ଥିବାରୁ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିବା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।
ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଗ୍ରାଉଣ୍ଡ ଜିରୋକୁ ଯାଇ ତଦନ୍ତ କରିଥିଲା । ତିନି ସନ୍ଦିଗ୍ଧଙ୍କର ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ ହୋଇଥିଲା । ଏହି ଟେଷ୍ଟ ପରେ ଡିଏଫଓ ସଂଗ୍ରାମ
କେଶରୀ ବେହେରାଙ୍କୁ କ୍ଲିନ୍ ଚିଟ୍ ମିଳିଛି । ସେହିପରି ଅନ୍ୟ ଅଭିଯୁକ୍ତ ମନ୍ମଥ କୁମ୍ଭଙ୍କୁ ମଧ୍ୟ ନିର୍ଦ୍ଦୋଷ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।