ଭାଗ୍ୟ ପରିବର୍ତ୍ତନ ସହ ଶୀଘ୍ର ଉନ୍ନତି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

0 74

ସମସ୍ତଙ୍କ ଭାଗ୍ୟରେ ଶୀଘ୍ର ଉନ୍ନତି ସମ୍ଭବପର ହୋଇ ନ ଥାଏ । କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ କାମ ଉନ୍ନତି ଦିଗକୁ ଅଗ୍ରସର ହେବାକୁ ଯାଉଥିବା ବେଳେ ହଠାତ କୌଣସି କାରଣରୁ କାର୍ଯ୍ୟଟି ଅସଫଳ ହୋଇଯାଏ । ଅନେକ ପରିଶ୍ରମ କଲେ ମଧ୍ୟ କାମଟି ସଫଳ ହୋଇ ନଥାଏ । ତେଣୁ ସେମାନେ ନିଜ ଭାଗ୍ୟକୁ ଦୋଷ ଦେଇଥାନ୍ତି । ଆସନ୍ତୁ ଜାଣିବା କିପରି ଭାବେ ଭାଗ୍ୟ ଦୋଷ ଦୂର କରିବା …..

ପ୍ରତିଦିନ ସକାଳେ ସ୍ନାନ କରି ସାରିବା ପରେ ତୁଳସୀ ଗଛ ଓ ଓସ୍ତ ଗଛ ମୂଳରେ ପାଣି ଢାଳନ୍ତୁ । ପ୍ରତିଦିନ ସନ୍ଧ୍ୟା ସମୟରେ ତୁଳସୀ ଗଛ ଓ ଓସ୍ତ ଗଛ ମୂଳରେ ଦୀପ ଜାଳନ୍ତୁ । ଏପରି କରିବା ଦ୍ୱାରା ଘରେ ସୁଖ ଶାନ୍ତିର ବାତାବରଣ ରହିଥାଏ ।

ସକାଳେ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ପ୍ରଥମେ ଖାଦ୍ୟକୁ ଗାଈକୁ ଓ ଶେଷରେ ବଳିଥିବା ଖାଇବାକୁ କୁକୁରକୁ ଦିଅନ୍ତୁ । ଏହାଦ୍ୱାରା ଘରେ ବିଭିନ୍ନ କୁଦୃଷ୍ଟିର ପ୍ରଭାବ କମିଯାଇଥାଏ ।ସକାଳେ ଗାଧୋଇ ସାରିବା ପରେ ପୂଜା ଘରକୁ ଭଲ ଭାବରେ ସଫା କରି ଦିଅନ୍ତୁ । ତାପରେ ଭଗବାନଙ୍କୁ ସତେଜ ଫୁଲ ଚଢାନ୍ତୁ । ଠାକୁର ଘରକୁ ଠିକ ଭାବେ ସଫା ନ କରିବା ଦ୍ୱାରା ଘରେ ଅଶାନ୍ତି ଲାଗି ରହେ ।

ସର୍ବଦା ପୂଜା ଓ ଯଜ୍ଞାଦି କରି ସାରିବା ପରେ ପୂଜା ସାମଗ୍ରୀକୁ ନଦୀରେ ଭସାଇ ଦିଅନ୍ତୁ । ଅଟାରେ ଛୋଟ ଛୋଟ ଗୋଲି ପ୍ରସ୍ତୁତ କରି ମାଛଙ୍କ ଖାଇବା ନିମନ୍ତେ ନଦୀରେ ପକାନ୍ତୁ । ଯଦି ଏହି କାମ ପ୍ରତିଦିନ କରି ପାରୁ ନାହାନ୍ତି ତେବେ କେବଳ ପ୍ରତ୍ୟେକ ମଙ୍ଗଳବାର କିମ୍ବା ଶୁକ୍ରବାର କରିପାରିବେ । ପ୍ରତିଦିନ ଘରୁ ବାହାରକୁ ଯିବା ସମୟରେ ବାପା,ମା ଓ ଗୁରୁଜନଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ ।

Leave A Reply