ଇଣ୍ଡୋର୍‍ ଷ୍ଟାଡିୟମ୍‍ ନିର୍ମାଣ ଏବଂ ପରିବେଶ ସୁରକ୍ଷା ପରିଚାଳନା ଆଦି କ୍ଷେତ୍ର ପାଇଁ ୬୪୦ କୋଟି ୬୫ଲକ୍ଷ ଟଙ୍କାର ପ୍ରକଳ୍ପକୁ ରାଜ୍ୟ ସରକାର ସବୁଜ ସଂକେତ ଦେଇଛନ୍ତି

0 110

ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିକାଶ, ସହରାଞ୍ଚଳରେ ଇଣ୍ଡୋର୍‍ ଷ୍ଟାଡିୟମ୍‍ ନିର୍ମାଣ ଏବଂ ପରିବେଶ ସୁରକ୍ଷା ପରିଚାଳନା ଆଦି କ୍ଷେତ୍ର ପାଇଁ ୬୪୦ କୋଟି ୬୫ଲକ୍ଷ ଟଙ୍କାର ପ୍ରକଳ୍ପକୁ ରାଜ୍ୟ ସରକାର ସବୁଜ ସଂକେତ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଗମ ନିର୍ଦ୍ଦେଶକ ପରିଷଦ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ମିଳିଛି ।

ନୂଆ ପ୍ରକଳ୍ପ ମଧ୍ୟରେ ୧୧ଟି ସହଞ୍ଚରାଳରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍‍ ନିର୍ମାଣ ହେବ ଏବଂ ୬ ଜିଲ୍ଲାର ୮୮୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ରୂପାନ୍ତରିତ କରାଯିବା ନେଇ ନିଷ୍ପତ୍ତି ହୋଇଛି

Leave A Reply