ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରର ମୁଖ୍ୟ ପର୍ବ ଶାରଦୀୟ ଦୁର୍ଗୋତ୍ସବ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ । ଏହି ଦିନ ମାଆଙ୍କ ଘଟ ନିମର୍ଜ୍ଜନ ମହାସ୍ନାନ ଓ ଶାରଦୀୟ ପୂଜା ଆରମ୍ଭ ହେବ ।
ସେହିଭଳି ଆସନ୍ତା ୫ ତାରିଖରେ ମାଆଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ସିଂହଧ୍ୱଜ ରଥରେ ଚଢ଼ି ମାଆ ବିରଜାଙ୍କ ଚଳନ୍ତି ପ୍ରତିମା ୯ ଦିନ ଧରି ଅପରାହ୍ଣରେ ମନ୍ଦିର ବେଢ଼ା ପରିକ୍ରମା କରିବେ । ଆସନ୍ତା ଅକ୍ଟୋବର ୧୨ରେ ମହାଷ୍ଟମୀ ଓ ୧୩ରେ ମାଆଙ୍କ ମନ୍ଦିରରେ ମହାନବମୀ ପାଳିତ ହେବ ବୋଲି ମନ୍ଦିରର ପରିଚାଳକ ତଥା ଉପଜିଲ୍ଲାପାଳ ଡକ୍ଟର ଶରତ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।