ଜାତିସଂଘ ମହିଳା ଭାରତ ପ୍ରତିନିଧି ସୁସାନ ଫର୍ଗୁସନ୍‍ଙ୍କ ଓଡ଼ିଶାର ମିଶନ୍‌ ଶକ୍ତିକୁ ପ୍ରଶଂସା

0 76

ଜାତିସଂଘ ମହିଳା ଭାରତ ପ୍ରତିନିଧି ସୁସାନ ଫର୍ଗୁସନ୍‍ ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମହିଳା ସଶକ୍ତିକରଣ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହିଳାଙ୍କ ବୈଷୟିକ ଶିକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି । ଶିଳ୍ପ କ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ।


ମହିଳା, ଶିକ୍ଷା ଓ ସେମାନଙ୍କ ଦକ୍ଷତା ବିକାଶ ପାଇଁ ଜାତିସଂଘ ମହିଳା ସହଭାଗିତା କରି ଲିଙ୍ଗଗତ ସମାନତା ଆଣିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ମହିଳା ସଶକ୍ତି କରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସୁସାନ ଫର୍ଗୁସନ୍‍ ପ୍ରଶଂସା କରିଥିଲେ ।

Leave A Reply