ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଶେଷ

0 109


ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଶେଷ ହୋଇଛି । ରାଜ୍ୟର ୨୦୩୫ଟି କନିଷ୍ଠ ମହାବିଦ୍ୟାଳୟରେ ମୋଟ୍‍ ପ୍ରାୟ ୩ଲକ୍ଷ ୨୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଆସନ୍ତା ୨୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧାତାଲିକା ପ୍ରକାଶ ପାଇବ । ୨୯ରୁ ଅକ୍ଟୋବର ପହିଲା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ଅନୁଷ୍ଠିତ
ହେବ । ଅକ୍ଟୋବର ୪ରେ ସ୍ପଟ୍‍ ନାମ ଲେଖା ପାଇଁ ଆବେଦନ ହେବ ଓ ୫ ତାରିଖରେ ଏଥିପାଇଁ ମେଧାତାଲିକା ପ୍ରକାଶ ପାଇବ । ୭ ତାରିଖରେ ସ୍ପଟ୍‍
ନାମ ଲେଖା ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ନାମ ଲେଖାଇବେ ।


ନାମ ଲେଖା ସମ୍ବନ୍ଧରେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି । କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ, ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ରାଜ୍ୟରେ ଚଳିତ ବର୍ଷ ୫ଲକ୍ଷ ୬୭୫ଟି ସିଟ୍‍ ରହିଛି ।

Leave A Reply