ବାତ୍ୟା ୟସ୍‍ର ବିପଦ ଟଳିବା ପରେ ପୁଣି ଥରେ ରଥଖଳା ଚଳ ଚଞ୍ଚଳ

0 1,470

ବାତ୍ୟା ୟସ୍‍ର ବିପଦ ଟଳିବା ପରେ ପୁଣି ଥରେ ରଥଖଳା ଚଳ ଚଞ୍ଚଳ ହୋଇଉଠିଛି  । ରଥ ନିର୍ମାଣରେ ନିୟୋଜିତ ୧୪୬ ଜଣ ସେବକ ଗତକାଲି ଅପରାହ୍ନ ଠାରୁ ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି  । ବର୍ଷା ଛାଡି ପାଗ ସୁଧୁରିବା ପରେ ଭୋଇ ସେବକମାନେ ରଥଖଳାରେ ନଡିଆ ଚାଞ୍ଚ ପକାଇଛନ୍ତି  । ଖୋଲି ଦିଆଯାଇଥିବା କପଡାକୁ ପୁଣି ବାନ୍ଧି ଦିଆଯାଇ

ପୁର୍ନବାର ସର୍ବସାଧାରଣଙ୍କ ଚଳାଚଳ ଉପେରେ କଟକଣା ଲଗାଯାଇଛି  । ମୋଟ ୪୨ଟି ତୁମ୍ବରୁ ୧୨ଟି ତୁମ୍ବ କାମ ସରିଥିଲା  । ବାକି ତୁମ୍ବ କାମ ଚାଲିଛି  । ରୂପକାରଙ୍କ ଦ୍ୱାରା ଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ କାର୍ଯ୍ୟ ଚାଲିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଗତକାଲି ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁ ଚାପ ନଖେଳି କେବଳ ପ୍ରତିକାତ୍ମକ ଭାବେ ଚାପ ଛୁଇଁ ଶ୍ରୀମନ୍ଦିରକୁ ଫେରିଥିଲେ  ।

Leave A Reply