କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪ ଦିନ ପାଇଁ ଘୋଷଣା କରାଯାଇଥିବା ଲକ୍ଡାଉନ୍ ଆସନ୍ତା ବୁଧବାର ସକାଳଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଲକ୍ଡାଉନ୍ ସମୟରେ ଶନିବାର ଓ ରବିବାର ଦିନ ପୂର୍ବଭଳି ସମ୍ପୂର୍ଣ୍ଣ ସପ୍ତାହାନ୍ତ ସଟ୍ଡାଉନ୍ ବଳବତ୍ତର ରହିବ । ସକାଳ ୬ଟାରୁ ୧୨ଟା ମଧ୍ୟରେ ଲୋକମାନେ ପନିପରିବା ସଂଗ୍ରହ କରିପାରିବେ । ପନିପରିବା କିଣିବା ସମୟରେ ଯାନବାହନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି ।
ସେହିଭଳି ଯାତ୍ରୀବାହୀ ପରିବହନ ସମ୍ପୂର୍ଣ୍ଣ ବନ୍ଦ୍ ରହିବ ବୋଲି ସରକାର ଘୋଷଣା କରିଛନ୍ତି । ସରକାରଙ୍କଠାରୁ ଅନୁମତିପ୍ରାପ୍ତ ଅନୁଷ୍ଠାନ ବ୍ୟତୀତ ଅନ୍ୟ ସମସ୍ତ ଶିକ୍ଷା, ପ୍ରଶିକ୍ଷଣ ଏବଂ କୋଚିଂ ସେଣ୍ଟର ସମ୍ପୂର୍ଣ୍ଣ ଭାବରେ ବନ୍ଦ୍ ରହିବ । ତେବେ ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକ ଦ୍ୱାରା ହେବାକୁଥିବା ପରୀକ୍ଷା ରାଜ୍ୟ ସରକାରଙ୍କର ଅନୁମତି ସହ କାର୍ଯ୍ୟକାରୀ ହୋଇପାରିବ ।