ଓଡ଼ିଶାର ଆଉ ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ୍‍ ବିଚ୍‍ ମାନ୍ୟତା

0 384

ଓଡ଼ିଶାର ଆଉ ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ୍‍ ବିଚ୍‍ ମାନ୍ୟତା ମିଳିବ  । ଏହିସବୁ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଅନ୍ତର୍ଜାତୀୟ ସୁବିଧା ଉପଲବ୍ଧ  ହେବ । ପୁରୀ ବେଳାଭୂମିକୁ ରାଜ୍ୟର ପ୍ରଥମ ବ୍ଲୁ ଫ୍ଲାଗ୍‍ ବିଚ୍‍ ମାନ୍ୟତା ମିଳିଥିବାବେଳେ ୨୦୨୧ ଶେଷସୁଦ୍ଧା ରାଜ୍ୟର ଆଉ ୪ଟି ବେଳାଭୂମିକୁ ଏହି ମାନ୍ୟତା ପ୍ରଦାନ ପାଇଁ ଯୋଜନା ଆରମ୍ଭ ହୋଇଛି ।

DOLPHINS SEA

ଏହି ତାଲିକାରେ ପୁରୀ ମୁହାଣ ବିଚ୍‍, ବାଙ୍କୀ ମୁହାଣ ବେଳାଭୂମି ରହିଥିବାବେଳେ ଗଞ୍ଜାମର ହରିପୁର ଏବଂ ସୁନାପୁର ବେଳାଭୂମିରେ ବ୍ଲୁ ଫ୍ଲାଗ୍‍ ବିଚ୍‍ ଆରମ୍ଭ କରାଯିବାର ଯୋଜନା ରହିଛି । ଏନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍‍ ଆର୍‍. ଯାଦବ ସୂଚନା ଦେଇଛନ୍ତି । ଓଡ଼ିଶାର ପର୍ଯ୍ୟଟନକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପର୍ଯ୍ୟଟନ ବିଭାଗ ଯୋଜନା ଆରମ୍ଭ କରିଛି ।

Leave A Reply