ପାଣିପାଗରେ ପରିବର୍ତ୍ତନ ଘଟି ରାଜ୍ୟରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଥିବାର ପରିଲକ୍ଷିତ ହୋଇଛି ।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ସୋନପୁରଠାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀଠାରେ ୯ ଡିଗ୍ରୀ, ଦାରିଙ୍ଗବାଡ଼ିଠାରେ ୯.୫ ଭବାନୀପାଟଣାରେ ୧୦.୫ ଏବଂ ଅନୁଗୁଳଠାରେ ୧୦.୬ ଡିଗ୍ରୀ ସେଲସିୟସ୍ ରହିଛି । ତେବେ ଆଜି ଓ ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ସୋନପୁର, ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାର କେତେକ ଅଞ୍ଚଳରେ ଘନ କୁହୁଡ଼ି ପରିଲକ୍ଷିତ ହେବ ବୋଲି ସମ୍ଭାବନା ରହିଛି ।