ଏଣିକି କେବଳ ବାଇକ୍ ଚାଳକ ନୁହନ୍ତି ବରଂ ଦୁଇଚକିଆ ଯାନ ଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ
ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ ଏଣିକି କେବଳ ବାଇକ୍ ଚାଳକ ନୁହନ୍ତି ବରଂ ଦୁଇଚକିଆ ଯାନ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ ।
The DL is suspended for not wearing helmet under section 194D of MV Act. The Supreme Court Committee on road safety has directed to strictly enforce helmet law as it will reduce the death due to road accidents by 41%#Odishacares #RoadSafety pic.twitter.com/KRqdVEefZt
— STA Odisha (@STAOdisha) December 5, 2020
ତେବେ ଯଦି ବାଇକ୍ରେ ଯାଉଥିବା ଦୁଇଜଣଙ୍କ ମଧ୍ୟରୁ କେହି ଜଣେ ବି ହେଲମେଟ୍ ପିନ୍ଧି ନଥାନ୍ତି ତେବେ ସମ୍ପୃକ୍ତ ଗାଡ଼ିଚାଳକଙ୍କ ଡ୍ରାଇଭିଙ୍ଗ୍ ଲାଇସେନ୍ସକୁ ବାତିଲ କରାଯିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ପ୍ରଦାନ କରାଯାଇଛି । ତେବେ ଦୁଇଚକିଆ ଯାନର ଚାଳକଙ୍କ ସମେତ ପଛରେ ବସିଥିବା ବ୍ୟକ୍ତିଙ୍କ ହେଲମେଟ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ନହେଲେ ଲାଇସେନ୍ସ ବାତିଲ କରାଯିବା ନେଇ ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି । ନିଜ ସୁରକ୍ଷା ପାଇଁ ହେଲମେଟ ବ୍ୟବହାର କରିବାକୁ ରାଜ୍ୟ ପରିବହନ ବିଭାଗର ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
ସୂଚନାଯୋଗ୍ୟ ସଂଶୋଧିତ ମୋଟର ଯାନ ଆଇନ୍ ୨୦୧୯ ଆଧାରରେ ଏହି ନିୟମକୁ ରାଜ୍ୟରେ କଡାକଡି ଭାବେ ଲାଗୁ କରାଯିବ ବୋଲି ରାଜ୍ୟ ପରିବହନ ନିଗମ ପ୍ରାଧିକରଣ-ଏସ୍.ଟି.ଏ. ପକ୍ଷରୁ ଆଜି ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।
ପୂର୍ବରୁ କେବଳ ଗାଡ଼ି ଚାଳକମାନଙ୍କ ପାଇଁ ହେଲମେଟ୍ ବ୍ୟବହାର ବାଧ୍ୟତାମୂଳକ ଥିଲା । ମାତ୍ର ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପୂର୍ବରୁ ଘୋଷଣା କରିଥିଲେ ଯେ ମାର୍ଚ୍ଚ ୧ ରୁ ରାଜ୍ୟରେ ବାଇକ୍ ପଛରେ ବସୁଥିବା ବ୍ୟକ୍ତିଙ୍କର ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ । ତିନିମାସ ପାଇଁ ଏଥିରେ ଦିଆଯାଇଥିବା କୋହଳ ସମୟସୀମା ଅବଧି ଶେଷ ହେବା ପରେ ୨୦୨୦ ମାର୍ଚ୍ଚରୁ ଏହି ନିୟମ ଲାଗୁ କରାଯିବା ଥିଲା । ମାତ୍ର କରୋନା ମହାମାରୀ ସଂକ୍ରମଣ ଯୋଗୁ ଏହି ନିୟମକୁ ରାଜ୍ୟରେ ଲାଗୁ କରାଯାଇପାରି ନଥିଲା । ତେବେ ସମ୍ପ୍ରତି କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ମୋଟର ଯାନ ଆଇନକୁ କଡାକଡି ପାଳନ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ପୂର୍ବରୁ କେବଳ ବାଇକ୍ ଆରୋହୀ ହେଲ୍ମେଟ ନ ପିନ୍ଧିଲେ ୩ ମାସ ଲାଇସେନ୍ସ ବାତିଲ କରାଯିବାର ପ୍ରାବଧାନ ଥିଲା । ମାତ୍ର ବର୍ତ୍ତମାନ ବାଇକ୍ ଚାଳକ ସମେତ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲ୍ମେଟ ନ ପିନ୍ଧିଲେ ଚାଳକଙ୍କ ଲାଇସେନ୍ସ ବାତିଲ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି ।