ନିଜାମୁଦ୍ଦିନରେ ଆୟୋଜିତ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇ ଘରକୁ ଫେରିଥିବା ଲୋକମାନଙ୍କୁ ଠାବ କରି ସେମାନଙ୍କୁ ସଂଗରୋଧରେ ରଖିବା ଲାଗି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

0 1,584

ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇ ଘରକୁ ଫେରିଥିବା ଲୋକମାନଙ୍କୁ ଠାବ କରି ସେମାନଙ୍କୁ
ସଂଗରୋଧରେ ରଖିବା ଲାଗି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ସମ୍ମିଳନୀରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କରୋନାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣଙ୍କ ନିକଟରେ ଏହି ଭୂତାଣୁ ଚିହ୍ନଟ ହୋଇଛି ।

ତେବେ ଏହି ଧାର୍ମିକ ସମ୍ମିଳନୀରେ ଓଡ଼ିଶାରୁ ଯାଇଥିବା କିଛି ଲୋକଙ୍କ ମଧ୍ୟରେ ୩ ଜଣଙ୍କ ବିଷୟରେ ରାଜ୍ୟ ସରକାରଙ୍କ ନିକଟରେ ଖବର ଅଛି ବୋଲି କୋଭିଡ୍‍-ନାଇଣ୍ଟିନ୍‍ ସଂକ୍ରାନ୍ତ ରାଜ୍ୟ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ସେ କହିଛନ୍ତି, ସମ୍ପୃକ୍ତ ତିନି ଜଣଙ୍କୁ କ୍ୱାରେଣ୍ଟାଇନ୍‍ରେ ରଖାଯାଇଛି ଏବଂ ଅନ୍ୟମାନଙ୍କ ବିଷୟରେ ସୂଚନା ସଂଗ୍ରହ କରାଯାଉଛି ।

Leave A Reply