ବିଶ୍ୱାସମୁଖ୍ୟ ଖବରସତ-ମିଛ ସୂର୍ଯ୍ୟୋପରାଗ ସମୟରେ ଗର୍ଭବତୀଙ୍କୁ ବାହାରକୁ ନଛାଡ଼ିବା ସୂର୍ଯ୍ୟୋପରାଗ ସମୟରେ ଗର୍ଭବତୀଙ୍କୁ ବାହାରକୁ ନଛାଡ଼ିବା By odishanext On Apr 9, 2018 0 597 Share ସୂର୍ଯ୍ୟୋପରାଗ ସମୟରେ ଗର୍ଭବତୀଙ୍କୁ ବାହାରକୁ ନଛାଡ଼ିବା ସୂର୍ଯୋପରାଗ ସମୟରେ ଏକ ରାକ୍ଷସ ସୂର୍ଯ୍ୟଙ୍କୁ ଗିଳି ଦେଇଥାଏ ବୋଲି ଭାରତୀୟମାନେ ବିଶ୍ୱାସ କରନ୍ତି। କାଳେ ରାକ୍ଷସର ପ୍ରଭାବ ଗର୍ଭବତୀଙ୍କ ଉପରେ ପଡ଼ିବ ସେଥିପାଇଁ ତାଙ୍କୁ ବାହାରକୁ ଯିବାକୁ ଦିଆଯାଏ ନାହିଁ। ଏହି ରାକ୍ଷସର ପ୍ରଭାବରେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ହୋଇପାରେ ବୋଲି ଲୋକଙ୍କ ବିଶ୍ୱାସ। ତେଣୁ ପରିବାରର ବୟୋଜ୍ୟେଷ୍ଠ ସଦସ୍ୟ ସୂର୍ଯ୍ୟୋପରାଗ ସମୟରେ ଗର୍ଭବତୀଙ୍କୁ ବାହାରକୁ ନ ନେବା ପାଇଁ ପରାମର୍ଶ ଦେଇଥା’ନ୍ତି। ଏହି ସମୟରେ ଆସୁରିକ ଶକ୍ତି ପ୍ରଭାବରୁ ଖାଦ୍ୟ ବିଷାକ୍ତ ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି। ବୈଜ୍ଞାନିକଙ୍କ ମତରେ ସୂର୍ଯ୍ୟୋପରାଗ ସମୟରେ ଅତିବାଇଗଣୀ ରଶ୍ମି ଅଧିକ ପରିମାଣରେ ପୃଥିବୀ ପୃଷ୍ଠରେ ପଡ଼ୁଥିବାରୁ ଏହି ସମୟରେ ବାହାରକୁ ବାହାରିବା ଉଚିତ୍ ନୁହେଁ। 0 597 Share