ପୁରୀ . – ପୁରୀ ଜିଲ୍ଲାରେ ଗୁରୁବାରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଜିଲ୍ଲାର ୧୧ଟି ବ୍ଲକ୍ ଅନ୍ତର୍ଗତ ୨୬୮ଟି ଗ୍ରାମପଞ୍ଚାୟତରେ ଯୋଜନା ସମ୍ପର୍କରେ ପ୍ରଚାର କରିବା ସହିତ ଚାଷୀମାନଙ୍କୁ ଫସଲବୀମା ଭୁକ୍ତ ଲାଗି ଉତ୍ସାହିତ କରିବ ।
ଚଳିତ ଖରିଫ୍ ଋତୁରେ କେବଳ ଧାନ ଫସଲକୁ ବିମାଭୁକ୍ତ କରାଯିବ ଏବଂ ଏଥିଲାଗି ଏକର ପିଛା ଚାଷୀମାନଙ୍କୁ ଏକ ହଜାର ୩୯୫ ଟଙ୍କା ଦେବାକୁ ପଡ଼ିବ । ଚାଷୀମାନେ୍ ଅନ୍ଲାଇନ୍ରେ ମଧ୍ୟ ନିଜର ନାମ ପଞ୍ଜିକରଣ କରିପାରିବେ ।