କାହିଁକି ଜୁନ୍ ୨୧କୁ ଯୋଗ ଦିବସ ରୂପେ ପାଳନ କରାଯାଏ ।
ଜୁନ୍ ୨୧ ତାରିଖକୁ ସାରା ବିଶ୍ୱରେ ଯୋଗ ଦିବସ ରୂପେ ପାଳନ କରାଯାଇଥାଏ । ଭାରତରେ ଯୋଗର ଉତ୍ପତି ହୋଇଥିଲା । କୁହାଯାଏ ଭାରତବର୍ଷରେ ୬ହଜାର ବର୍ଷ ତଳୁ ଯୋଗ କରାଯାଉଅଛି । ହିନ୍ଦୁ ପୌରାଣିକ କଥାରେ ଯୋଗ ନିଦ୍ରାରେ ପାଳନକର୍ତ୍ତା ବିଷ୍ଣୁ ଓ ସଂହାର କର୍ତ୍ତା ମହେଶ୍ୱର (ଶିବ), ଏପରିକି ସଦା ସର୍ବାଦା ଧ୍ୟାନାବସ୍ଥାରେ ସୃଷ୍ଟିକର୍ତ୍ତା ବ୍ରହ୍ମା ବସିଥାଆନ୍ତି । ଯୋଗ କଲେ ଶରୀର ସହ ମନବି ଭଲ ରହେ । ଯୋଗ ଓ ଧ୍ୟାନ କରି ମହାପୁରୁଷ ବିବେକାନନ୍ଦ ପ୍ରଚୁର ଧୀଶକ୍ତିର ଅଧିକାରୀ ହୋଇ ସହି ସମୟରେ ଆମେରିକାରେ ଜ୍ଞାନର ବାର୍ତ୍ତା ଦେଇପାରିଥିଲେ ।
ଜୁନ୍ ୨୧କୁ ଯୋଗ ଦିବସ ଭାବେ ପାଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମିଳିତ ଜାତିସଂଘରେ ପ୍ରସ୍ତାବ ଦେଇଥିଲେ। ଏହି ମିଳିତ ଜାତିସଂଘରେ ଗୃହୀତ ହୋଇଥିଲା । ୨୦୧୪ ସେପ୍ଟେମ୍ବର ୨୭ ତାରିଖରେ ମୋଦୀ ଏହି ପ୍ରସ୍ତାବ ଦେଇଥିଲେ । ଡିସେମ୍ବର ୧୧ ତାରିଖରେ ଏହା ଗୃହୀତ ହୋଇଥିଲା । ୨୦୧୫ ଜୁନ୍ ୨୧ ତାରିଖରୁ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି ।