ସହିଦ ଔରଙ୍ଗଜେବଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ  ବିଦେଶୀ ଚାକିରି ଛାଡି ଗାଁକୁ ଫେରିଲେ ୫୦ କାଶ୍ମୀର ଯୁବକ

0 432
 ଶ୍ରୀନଗର: ଦୁଇ ମାସ ତଳେ ଆତଙ୍କବାଦୀଙ୍କ ଦ୍ବାରା କରାଯ଼ାଇଥିବା  ବିଏସଏଫ ଯ଼ବାନ ଔରଙ୍ଗଜେବଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ  ତାଙ୍କ ଗାଁର ୫୦ ଜଣ ଯୁବକ ଆଗେଇ ଆସିଛନ୍ତି । ସେମାନେ ସାଉଦି ଆରବରେ ଚାକିରି ଛାଡି  ଭାରତୀୟ ସେନା, ବିଏସଏଫ ବା ସିଆରପିଏଫରେ ଯୋଗ ଦେଇ ନିଜ ଗାଁ ପିଲାର ହତ୍ୟାର ଚରମ ପ୍ରତିଶୋଧ ନେବେ ।
ଗତ ଜୁନ ମାସରେ ଜାମୁ-କଶ୍ମୀର ଇଦ୍ ମନାଇବା ପାଇଁ ଛୁଟିରେ ନିଜ ଗାଁ ମେନ୍ଧାର ଜିଲ୍ଲାର ସଲାନୀ ଗାଁ  ଯାଉଥିବା ବିଏସଏଫ ଯବାନ ଔରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇ ନିର୍ମମ ଭାବେ ହତ୍ୟା କରିଥିଲେ।  ଏହା ଗଣମାଧ୍ୟମରୁ ଜାଣିବା ପରେ ସାଉଦି ଆରମ୍ଭରେ ଚାକିରି କରୁଥିବା ତାଙ୍କ ଗାଁର ପ୍ରାୟ ୫୦ ଜଣ ଯୁବକ କ୍ରୋଧରେ ତାତିଉଠିଲେ । ଏହା ପ୍ରତିଶୋଧ ନେବା ପାଇଁ ସେମାନେ ସେହି ଦିନ ହିଁ ଚାକିରିଛାଡ଼ି ଭାରତ ଫେରିଆସିଲେ । ଏବେ ସେନା ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀରେ ଯୋଗ ଦେବା ପାଇଁ ସେମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
Leave A Reply