ପେଟ ଓ ମୋଟାପଣ କମାଇବାର ଘରେ ମିଳୁଥିବା ୨ ଟି ପାନୀୟ
ମୋଟାପଣ କମାଇବାର ଘରେ ମିଳୁଥିବା ୨ ଟି ପାନୀୟ
ବରଫ ପାଣି: ଏପରି ପାଣି ପିଇଲେ ଶରୀରର ମେଟାବଲିକ୍ ପ୍ରକ୍ରିୟା ଦ୍ରୁତ ହୁଏ ଏବଂ ସେହି ବେଗରେ କ୍ୟାଲୋରୀ କ୍ଷୟ ହୋଇଥାଏ। କେବଳ ଏକ ଗ୍ଲାସ୍ ସାଦା ପାଣିରେ ଖଣ୍ଡେ ଆଇସ୍କ୍ୟୁବ୍ ପକାଇ ପିଇବା ଉଚିତ। ଯଦି ଓଜନ କମାଇବାକୁ ଚାହୁଁଥାନ୍ତି, ତେବେ ପ୍ରତିଦିନ ପ୍ରାୟ ଅଧା ଲିଟର ଏପରି ପାଣି ପିଇବାକୁ ହେବ। ମନେରଖନ୍ତୁ, ସକାଳୁସକାଳୁ ବରଫ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଅଧିକ ଥଣ୍ଡା ପାଣି ପିଇବା ମଧ୍ୟ ମନା। କାରଣ, ଏହାଦ୍ୱାରା ସର୍ଦି ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ।
ନାଲି ଚା’: ସବୁଜ ବା ଗ୍ରୀନ୍ ଟି ଶରୀରର ମେଟାବଲିଜ୍ମ ପ୍ରକ୍ରିୟା ଦ୍ରୁତ କରି ଓଜନ କମାଇବାରେ ସହାୟକ ହୋଇଥାଏ। ସେହିପରି ନାଲି ଚା’ ବା ବ୍ଲାକ୍ ଟି ପିଇବା ଦ୍ୱାରା ମଧ୍ୟ ଓଜନ କମାଇପାରିବେ। ତେବେ ଗ୍ରୀନ୍ ଟି ଓଜନ ହ୍ରାସ ପ୍ରକ୍ରିୟା ୪୩% ବଢାଇଦିଏ।