ଏଣିକି ପ୍ରତିଦିନ ୩ଲକ୍ଷ ଟିକାକରଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ

0 70

କେନ୍ଦ୍ର ସରକାରଙ୍କ ନୂତନ ଜାତୀୟ ଟିକାକରଣ ନୀତି ଅନୁଯାୟୀ ଆଜିଠାରୁ ସମଗ୍ର ରାଜ୍ୟରେ ଟିକାକରଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯିବ । ଏଣିକି ପ୍ରତିଦିନ ୩ଲକ୍ଷ ଟିକାକରଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଣିକି ଟିକାକରଣ ଅଭିଯାନର ସମ୍ପୂର୍ଣ୍ଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବ ଏବଂ ୧୮ବର୍ଷରୁ ଊଦ୍ଧ୍ୱର୍ ବୟସର ସମସ୍ତ ବ୍ୟକ୍ତିଙ୍କ ପାଇଁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ମାଗଣା ଟିକା ଯୋଗାଇଦେବେ । ଆଜି ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ ୫୦ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ
କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ପୂରଣ ହେଲେ ପୂର୍ବରୁ ଦୈନିକ ଟିକାକରଣ କ୍ଷେତ୍ରରେ ରହିଥିବା ସମସ୍ତ ରେକର୍ଡ ଭାଙ୍ଗିବ । ଟିକା ନଷ୍ଟକୁ କମାଇବା ଓ ଯେତେ ଅଧିକ ସଂଖ୍ୟାରେ ଟିକାକରଣ କରାଯିବ ସେହି ଅନୁଯାୟୀ ଟିକା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତି ବ୍ଲକ ଏବଂ ଏନ୍‍ଏସିରେ ୫ଟି ଲେଖାଏଁ କେନ୍ଦ୍ରରେ ଦୈନିକ ଏହି ଟିକାକରଣ କରାଯିବ । ପୌରପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ଟିକାକରଣ କେନ୍ଦ୍ର କରାଯିବା ନିଷ୍ପତ୍ତି ହୋଇଛି । ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମ୍‍ଓଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

Leave A Reply