ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ସମ୍ପୂର୍ଣ୍ଣ କୋଭିଡ ନିୟମାବଳୀ ମଧ୍ୟରେ ବିନା ଭକ୍ତରେ ଠାକୁରଙ୍କର ସ୍ନାନପୂର୍ଣ୍ଣିମାଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସମସ୍ତ ନୀତିର ସମୟ ନିର୍ଘଣ୍ଟ ସ୍ଥିର ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା, ସେବକ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କର ଆରଟି- ପିସିଆର ଟେଷ୍ଟ କରାଯାଇଛି । ଅନ୍ୟପକ୍ଷରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାପାଇଁ ଶ୍ରୀକ୍ଷେତ୍ରରେ ରଥନିର୍ମାଣ କାର୍ଯ୍ୟ ଜୋର୍ସୋର୍ରେ ଆଗେଇ ଚାଲିଛି । ତିନିରଥର ଚଉଦ ନାହାକା ନିର୍ମାଣ କାର୍ଯ୍ୟ ଚାଲିଛି । ଠାକୁରଙ୍କର ଏହି ସମସ୍ତ ନୀତିକାନ୍ତି ସହ ସମ୍ପୃକ୍ତ ହେବାକୁ ଥିବା ସମସ୍ତଙ୍କର ପ୍ରତ୍ୟେକଥର ଆର୍ଟି-ପିସିଆର ପରୀକ୍ଷା କରାଯିବ । ଆସନ୍ତାମାସ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ପାଇଁ ସକାଳ ସାଢ଼େ ଆଠଟାରେ ପହଣ୍ଡି ଆରମ୍ଭ ହେବ । ଅପରାହ୍ଣ ୨ଟା ସୁଦ୍ଧା ଛେରାପହରା ସହ ୩ଟାରୁ ରଥଟଣା ପାଇଁ କାର୍ଯ୍ୟସୂଚୀ ସ୍ଥିର