୧୦ ରାଜ୍ୟରେ ଲୋକସଭା ନିର୍ବାଚନ ଶେଷ: ମତଦାନ ଉତ୍ସାହଜନକ

0 538

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ଓ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ହୋଇଥିବା ମତଦାନ ଉତ୍ସାହଜନକ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ କୁହାଯାଇଛି । । ଇତି ମଧ୍ୟରେ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଲେକସଭା ନିର୍ବାଚନ ଶେଷ ହୋଇଯାଇଛି । ଏଥି ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି । ଓଡ଼ିଶାରେ ଆହୁରି ୩ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ ।
ନିର୍ବାଚନ ଆୟୋଗଙ୍କ କହିବା ଅନୁସାରେ ୨୦୧୪ ଲୋକସଭା ନିର୍ବାଚନ ଭଳି ଏଥର ମଧ୍ୟ ମତଦାନ ହୋଇଛି । ଆରମ୍ଭରୁ ମନେ ହେଉଥିଲା ଯେ, ଚଳିତ ଥର ମତଦାନ ସାମାନ୍ୟ ହ୍ରାସ ପାଇବ କିନ୍ତୁ ନିର୍ବାଚନ ଆୟୋଗର କହିବା ଅନୁସାରେ ଆଗାମୀ ୬ଟି ପର୍ଯ୍ୟାୟ ନିର୍ବାଚନରେ ମତଦାନ ଅଧିକ ଭଲ ରହିବ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ତ୍ରିପୁରା ଓ ପଶ୍ଚିମବଙ୍ଗରେ ଭଲ ଭୋଟିଂ ହୋଇଛି । ତ୍ରିପୁରାରେ ୮୧.୮ ପ୍ରତିଶତ ଏବଂ ପଶ୍ଚିମବଙ୍ଗର ଯେଉଁ ୨ଟି ଆସନରେ ମତଦାନ ହୋଇଛି, ତାହା ୮୧ ପ୍ରତିଶତ ବୋଲି ଜଣାପଡ଼ିଛି । ସେହିଭଳି ଆନ୍ଧ୍ରପ୍ରଦେଶରେ ମତଦାନ ସମୟରେ ମତଦାତା ଉତ୍ସାହିତ ଥିଲେ । କାରଣ ନିର୍ଦ୍ଧାରିତ ସମୟ ପରେ ବି ମତଦାତା ବିଳମ୍ବିତ ରାତି ଯାଏଁ ମତଦାନ କରିଥିଲେ ।
ଜମ୍ମୁ କଶ୍ମୀରରେ ମଧ୍ୟ ଚଳିତ ନିର୍ବାଚନରେ ରେକର୍ଡ ମତଦାନ ୭୨ ପ୍ରତିଶତ ହୋଇଛି । ଆତଙ୍କବାଦୀ ପ୍ରଭାବିତ ଅଂଚଳରେ ୩୫ ପ୍ରତିଶତ ଭୋଟିଂ ହୋଇଛି । ବର୍ଷ ୨୦୧୪ରେ ଏଠାରେ ୩୮.୫ ପ୍ରତିଶତ ମତଦାନ ହୋଇଥିଲା । ଲୋକଙ୍କର ସୁରକ୍ଷା ପାଇଁ ଅତି ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଥିଲା ।

Leave A Reply