ଚୈତ୍ର ନବରାତ୍ରିରେ ମା’ ଦୁର୍ଗାଙ୍କ ଏହି ୬ ମନ୍ଦିର ର୍ଦଶନ କଲେ, ପୂର୍ଣ୍ଣ ହୋଇଥାଏ ମନସ୍କାମନା

0 938

ନୂଆଦିଲ୍ଲୀ: ଶକ୍ତିର ଅବତାର ମା’ ଦୁର୍ଗାଙ୍କୁ ବ୍ରହ୍ମାଣ୍ଡର ରକ୍ଷକ ବୋଲି କୁହାଯାଇଥାଏ । ଶକ୍ତି ଓ ମନସ୍କାମନା ପୂରଣ ପାଇଁ ମା’ ଦୁର୍ଗାଙ୍କୁ ପୂଜା କରାଯାଏ । ନବରାତ୍ରି ସମୟରେ ମା’ଙ୍କୁ ସ୍ୱତନ୍ତ୍ରୀ ଭାବେ ପୂଜା କରାଯାଏ । ଚୈତ୍ର ହେଉ ବା ଶରତରେ ନବରାତ୍ରି, ଏହି ଦୁଇଟି ପର୍ବ ହିନ୍ଦୁମାନଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରଦ୍ଧାଳୁମାନେ ୯ ଦିନ ଉପବାସ କରନ୍ତି ଓ ଦେବୀଙ୍କୁ ପୁଜା-ଆରଧାନା କରନ୍ତି । ଭାରତରେ ଭିନ୍ନ ଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କ ଅନେକ ମନ୍ଦିର ରହିଛି । ଲୋକକଥା ଓ କିମ୍ବଦନ୍ତୀ ଦୃଷ୍ଟିରୁ ଏଗୁଡ଼ିକର ସତନ୍ତ୍ରତା ଭିନ୍ନ । କୁହାଯାଏ ଯେ ଏହି ସ୍ଥାନଗୁଡିକ ର୍ଦଶନ କଲେ ଅନେକ ଗୁଡ଼ି, ସମସ୍ୟାର ସମାଧାନ ହୋଇଥାଏ ।

କାମାକ୍ଷା ଦେବୀ ମନ୍ଦିର
ଆସାମର ଗୌହାଟୀ ଠାରେ ମା’ ଦୁର୍ଗାଙ୍କର ଲୋକପ୍ରିୟ ମନ୍ଦିରରେ ମା’ ‘କାମାକ୍ଷା ଦେବୀ’ ପୂଜା ପାଉଛନ୍ତି । ନୀଳାଂଚଳ ପର୍ବତରେ ଏହି ମନ୍ଦିର ଅବସ୍ଥିତ । ମା’ ଦୁର୍ଗାଙ୍କର ୧୦୮ ଶକ୍ତିପୀଠ ମଧ୍ୟରୁ ଏହା ହେଉଛି ଅନ୍ୟତମ ।

ବୈଷ୍ଣୋ ଦେବୀ ମନ୍ଦିର


ବୈଷ୍ଣୋ ଦେବୀ ମନ୍ଦିରର ଲୋକପ୍ରିୟତାର ଅନୁମାନ ଆପଣ ଏଠାକୁ ଆସୁଥିବା ଭକ୍ତମାନଙ୍କର ଭିଡରୁ ଲଗାଇପାରିବେ । ଏହା ତ୍ରିକୁଟ ପର୍ବତରେ ରହିଛି । ଜାମ୍ମୁ ଠାରୁ ୬୧ କିମି ଉତ୍ତର ଆଡକୁ ଓ ସମୁଦ୍ର ଠାରୁ ୧୫୮୪ ମିଟର ଉଚ୍ଚ ଏହି ମନ୍ଦିରର ସ୍ୱତନ୍ତ୍ରଲା ଭିନ୍ନ । ମନ୍ଦିର ପାଖରେ ଭୈରବନାଥ ମନ୍ଦିର ମଧ୍ୟ ଅଛି । ଯେକୌଣସି ସମୟରେ ଶ୍ରଦ୍ଧାଳୁ ଏଠାକୁ ଆସିବାରେ ଅସୁବିଧା ନାହିଁ ।

ମନସା ଦେବୀ ମନ୍ଦିର


ଉତ୍ତରାଖଣ୍ଡର ହରିଦ୍ୱାର ପାଖରେ ଝୁଂଝୁନ ଗାଁ ପାଖରେ ରହିଛି । ଏହି ମନ୍ଦିରର ଇତିହାସ ଆନୁସାରେ ମା’ ଦୁର୍ଗା ଏଠାକୁ ଆସୁଥିବା ଭକ୍ତମାନଙ୍କ ମନସ୍କାମନା ପୂରଣ କରିଥାନ୍ତି । ୧୯୭୫ରେ ଏହି ମନ୍ଦରକୁ ସେଠ ସୁରଜମଳଜୀ ନିର୍ମାଣ କରିଥିଲେ । ମା’ଦୁର୍ଗା ତାଙ୍କର ସ୍ୱପ୍ନରେ ଆସି ମନ୍ଦିର ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହି ମନ୍ଦରରେ ବର୍ଷ ତମାମ ଭକ୍ତ ମାନଙ୍କର ଭିଡ ଜମିଥାଏ ।

ଚାମୁଣ୍ଡା ଦେବୀ ମନ୍ଦିର


ହିମାଚଳ ପ୍ରଦେଶର ବନେର ନଦୀ କୂଳରେ ଅବସ୍ଥିତ ଚାମୁଣ୍ଡା ଦେବୀ ମନ୍ଦିର ମଧ୍ୟ ଭାରତର ସେହି ମନ୍ଦିର ମାନଙ୍କରେ ସାମିଲ ଅଛି ଯେଉଁ ଠାରେ ଭକ୍ତମାନେ ନିଜର ଇଚ୍ଛା ନେଇ ପହଂଚିଥାନ୍ତ ।

ଦକ୍ଷିଣ କାଳୀ ମନ୍ଦିର


କୋଲକାତାର ଉତ୍ତରରେ ବିବେକାନନ୍ଦ ପୋଲ ନିକଟରେ ଦକ୍ଷିଣେଶ୍ୱର କାଳୀ ମନ୍ଦିର ରହିଛି । ଏହି ମନ୍ଦିର ବିଶ୍ୱ ପ୍ରସିଦ୍ଧ । ଭାରତର ସାଂସ୍କୃତିକ ଧାର୍ମିକ ତୀର୍ଥ ମଧ୍ୟ ଦକ୍ଷିଣେଶ୍ୱର କାଳୀ ମନ୍ଦିର ସବୁଠାରୁ ପ୍ରାଚୀନ ଅଟେ ।

ଅମ୍ବା ମାତା ମନ୍ଦିର


ଗୁଜୁରାଟର ଅମ୍ବା ମାତା ମନ୍ଦିରରେ ମୁଣ୍ଡିଆ ମାରିଲେ ମା’ଙ୍କର ଆଶୀର୍ବାଦ ମିଳିଥାଏ । ଏହି ମନ୍ଦିରର ନିର୍ମାଣ ଶୈଳୀ ବେଶ ଆକର୍ଷଣୀୟ । ଗରିନାର ପାହାଡ ଏବଂ ଏହାର ଆଖପାଖର ପରିବେଶ ଯୋଗୁଁ ମନ୍ଦିରର ଆକର୍ଷଣ ବଢ଼ିଯାଇ ଥାଏ ।

Leave A Reply