ହାଣକାଟ୍ ପଶ୍ଚିମବଙ୍ଗରେ ନୂଆ କଥା ନୁହେଁ!!!


ପଶ୍ଚିମବଙ୍ଗରେ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡ ଘଟଣାରେ ଏଯାଏ କେହି ଅଭିଯୁକ୍ତଙ୍କୁ ପୋଲିସ ଧରିପାରି ନଥିବାରୁ ରାଜ୍ୟରେ ଆଇନଶୃଙ୍ଖଳା ଭୁଷୁଡି ପଡିଛି ବୋଲି ଆଜି ଖଟିରେ ଯଦୁ ଭାଇ କହିଲେ। ଖଟିରେ ଉପସ୍ଥିତ ଥିବା ପ୍ରାୟ ସମସ୍ତ ସଦସ୍ୟ ଏହି ଘଟଣା ଲାଗି ଉଦବେଗ ପ୍ରକାଶ କରିଥିଲେ।
ଏହା ଶୁଣି ବାବୁଲି ଭାଇ କହିଲେ ପଶ୍ଚିମବଙ୍ଗରେ ଏଇଟା ନୂଆ ନୁହେଁ। ସ୍ୱାଧୀନତା ପୂର୍ବରୁ ଯେତେ ସବୁ ହଣାକଟା ଓ ସାମ୍ପ୍ରଦାୟିକତାକୁ ନେଇ ଗଣ୍ଡଗୋଳ ହେଉଥିଲା ସେଭଳି ଅନ୍ୟ କେଉଁଠି ହୋଇନଥିଲା। ସ୍ୱାଧୀନତା ପୂର୍ବରୁ ୧୯୪୬ ବ୍ରିଟିଶ୍ ଶାସନ କାଳରେ ଯେତେ ସବୁ ହଣାକଟା ଗଣ୍ଡଗୋଳ ହେଉଥିଲା ସେମିତି ଅନ୍ୟ କୁଆଡେ ହେଉନଥିଲା। ଲକ୍ଷ ଲକ୍ଷ ହିନ୍ଦୁଙ୍କୁ ହାଣି ରକ୍ତପାତ କରାଇଥିଲେ। ହିନ୍ଦୁମାନେ ମଧ୍ୟ ସେମାନଙ୍କୁ ହାଣିଥିଲେ। ତାପରେ କଂଗ୍ରେସ ଆସିଲା ସିଦ୍ଧାର୍ଥ ଶଙ୍କର ରାୟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନକ୍ସଲ ଆନ୍ଦୋଳନରେ ହଜାର ହଜାର ଲୋକ ମଲେ। ତାପରେ କମ୍ୟୁନିଷ୍ଟ ଆସି ମାରପିଟ କରି ଲୋକଙ୍କୁ ଏମିତି ଧମକେଇ ରଖିଥିଲା। କଂଗ୍ରେସ ସରକାର ନକ୍ସଲମାନଙ୍କୁ ଗୋଡେଇ ଗୋଡେଇ ମାରିଲା। ବହୁତ ହାଣକାଟ ରକ୍ତପାତ ପରେ ତୃଣମୂଳ ଆସିଲା।ସିଏ ବି ସେମିତି ଧମକେଇ ରଖିଥିଲା। ପଶ୍ଚିମବଙ୍ଗରେ ହିଂସା କୌଣସି ଗୋଟିଏ ପାର୍ଟି କିମ୍ବା ଗୋଟିଏ ସମୟରେ ସୀମିତ ନଥିଲା। କେତେବେଳେ ଜମିକୁ ନେଇ ଗଣ୍ଡଗୋଳ ତ ପୁଣି କେତେବେଳେ ନିର୍ବାଚନୀ ହିଂସା ହେଉ କି ସାମ୍ପ୍ରଦାୟିକ ଦଙ୍ଗା ପଶ୍ଚିମବଙ୍ଗରେ ଏକ ସାଧାରଣ କଥା। “ହିଂସାର ଜବାବ ହିଂସା”ଏବେ ସେହି ଫର୍ମୁଲାଟାକୁ ବିଜେପି ଆପଣାଇଛି। ପଶ୍ଚିମବଙ୍ଗ ଆମ ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟନୁହେଁ । “ଖେଲା ହବେ” ବୋଲି ମମତା ବାନାର୍ଜୀ ଯେଉଁ କଥା କହିଥିଲା ତାର ଅର୍ଥ କଅଣ ବୋଲି ସେ ପଚାରିଲେ।ଏଭଳି କଥାରୁ ହିଂସା ବାରି ହୋଇ ପଡୁଥିଲା।ବିନା ହିଂସାରେ କିଛି କରିହେବନି ବୋଲି ମମତା ବାନାର୍ଜୀ ଜାଣିଥିଲା। ଏଥର ବିଜେପି ସେଇ ଫର୍ମୁଲା ପ୍ରୟୋଗ କଲା। ସିଏ ହିଂସା କଲା ବୋଲି ବିଜେପି କଅଣ ସେଇଆ କରିବା ଠିକ୍ ହେଲା କି ବୋଲି ପଚାରିବାରୁ ସେ କହିଲେ ହିଂସା ବଦଳରେ ସେ ଗାନ୍ଧିବାଦୀ ହୋଇଥାନ୍ତା ନା କଅଣ?ଏବେ ଯେଉଁ ହିଂସାଟି ହେଉଛି ସେଇଟା ମମତା ବାନାର୍ଜୀ ଯୋଗୁ ହେଉଛି। ମମତାର କଥା ଶୁଣିଲେ ପାଗଳିଟେ ଭଳି ଲାଗେ। ଆମେରିକାରେ ଡୋନଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦବୀ ଛାଡିବ ନାହିଁ ବୋଲି ଯେମିତି କହୁଥିଲା,ତାପରେ ଆମେରିକାରେ ଗୁଡାଏ ଲୋକ ମରିବା ପରେ ଯାଇ ଛାଡିଲା । ସେମିତି ମୁଖ୍ୟମନ୍ତ୍ରୀ ପଦ ଛାଡିବିନି ବୋଲି ଏବେ ମମତା କହୁଛି। କହୁଛି କଅଣ ନା ଭୋଟ ଚୋରି ହୋଇଗଲା। ତାମିଲନାଡୁରେ ଚୋରି ହେଲାନି? କେରଳରେ ଚୋରି ହେଲାନି? ତୃଣମୂଳ ଯେଉଁ ୮୦ଟା ଯାଗାରେ ଜିତିଛି ସେଠି ଚୋରି ହେଲାନି? କେରଳରେ ବିଜେପି ମାତ୍ର ୨ଟି ପାଇଲା। ସେ ଚାହିଁଥିଲେ ଚୋରି କରିପାରିଥାନ୍ତା! ଗତ ନିର୍ବାଚନରେ ହିମାଚଳ ପ୍ରଦେଶରେ କଂଗ୍ରେସ ଜିତିଥିବାରୁ ସେଠି କଅଣ ଚୋରି ହେଲାନି?ଏଗୁଡା ସବୁ ବାହାନା,କ୍ଷମତା ପ୍ରତି ଆସକ୍ତି। ମମତା ବାନାର୍ଜୀ ହେଉଛି ଜଣେ ଲେଡି ଗୁଣ୍ଡା ବୋଲି କହିବାରୁ ଖଟିରେ ହାସ୍ୟରୋଳ ହୋଇଥିଲା। ସେତେବେଳେ କମ୍ୟୁନିଷ୍ଟମାନେ ଗୁଣ୍ଡାଗିରି କରି ଶାସନ କରୁଥିବାରୁ ଗୁଣ୍ଡାଗିରି କରି ସେ ଶାସନକୁ ଆସିଥିଲା। କମ୍ୟୁନିଷ୍ଟଙ୍କ ଭାଷା ହେଉଛି ବିଳ୍ପବ, ହାଣିଦେବୁ, କାଟିଦେବୁ, ନିଆଁ ଜଳିବ ଭଳି କଥାରେ ଗୁଣ୍ଡାଗିରି ଜଣାପଡେ। ସେହି ହିଂସାରେ ତାଙ୍କୁ ଆଟାକ୍ କରି ମମତା ଆସିଥିଲା। ଏବେ ବିଜେପି ଟିକିଏ ତୋଡ୍ ନ ଦେଖେଇଲେ କ୍ଷମତାକୁ ଆସିଥାନ୍ତା କେମିତି? ଏବେ ପଶ୍ଚିମବଙ୍ଗରେ ଯଦି ଗଣ୍ଡଗୋଳ ଚାଲିବ ତେବେ ଦେଖିବେ ମିଲିଟାରୀ ଆସିବାଟା ଥୟ।
ସେ କହିଲେ ନବୀନ ପଟ୍ଟନାୟକ ଏଥର ହାରିଯିବ ବୋଲି କେହି ଭାବିଥିଲେ କି? ହାରିଗଲା ଦିନ ସେ ଗର୍ଭଣ୍ଣର୍ ହାଉସକୁ ଚୁପ କରି ପଳାଇ ଯାଇ ଇସ୍ତଫା ଦେଇଦେଲା । ଯଦି ନବୀନ ପଟ୍ଟନାୟକ ହାରିନି ବରଂ ଭୋଟ ଚୋରି କରି ତାକୁ ହରେଇ ଦିଆଯାଇଛି ବୋଲି ସେ କହିଥାନ୍ତା ତେବେ ତାର କଥାକୁ ବହୁତ ଲୋକ ବିଶ୍ୱାସ କରିଥାନ୍ତେ । ଭୋଟ ଚୋରି କରି ବିଜେପି ତାକୁ ହରାଇ ଦେଇଛି ବୋଲି ଭାବିଥାନ୍ତେ । ଏହା ହୋଇଥିଲେ ବିଜେପି ଓ ବିଜେଡି ଭିତରେ ଗାଁ ଗାଁରେ ଗଣ୍ଡଗୋଳ ହୋଇଥାନ୍ତା। କେତେଯେ ଲୋକ ମରିଥାନ୍ତେ ତାହାକୁ କଳ୍ପନା କରିହେବନି l ବିଜେଡିବାଲା ବହୁତ ପାୱାରଫୁଲ ଥିବାରୁ ସେତେବେଳେ ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବା ପାଇଁ କଅଣ ମୋହନ ସକ୍ଷମ ହୋଇ ପାରିଥାନ୍ତା?ରାଜ୍ୟର ଶାନ୍ତି ପାଇଁ ମମତା ବାନାର୍ଜୀ ପରାଜୟକୁ ଆଗ ମାନି ଯାଇ ପରେ ଆନ୍ଦୋଳନ କଲେ ଚଳନ୍ତା। ସିଏ ଛାଡିବିନି ବୋଲି କହୁଥିବାରୁ ତାଙ୍କର ନେତା ଗଣ୍ଡଗୋଳ କରିବାକୁ କହୁଛନ୍ତି ବୋଲି ଟିଏମସି ସମର୍ଥକମାନେ ଭାବୁଛନ୍ତି।
ଏଥର ଶୁଭେନ୍ଦୁ ଅଧିକାରୀ ମମତାକୁ ତାର ନିଜ ଗ୍ରାମ ଭବାନୀପୁରରୁ ହରାଇ ଥିବାରୁ ମୁଖ୍ୟମନ୍ତ୍ରୀ ହେବା ଲାଗି ତାର ବେଶୀ ସମ୍ଭାବନା ଅଛି କି ବୋଲି ପଚାରିବାରୁ ସେ କହିଲେ ଏବଠାରୁ ସେମିତି କିଛି କହିହେବନି। ତାର ପୂର୍ବ ରେକର୍ଡ ହେଉଛି ତୃଣମୂଳ କଂଗ୍ରେସ। ସିଏ ଯଦି ମୁଖ୍ୟମନ୍ତ୍ରୀ ହୋଇଯିବ ତେବେ ବହୁତ ପାୱାରଫୁଲ ହୋଇଯିବ ବୋଲି ଭାବି ମୋଦି ଓ ଅମିତ୍ ଶାହା ଦୁଇ ଗୁଜୁରାଟି ମୋହନ ମାଝି ଭଳି ଅଳିଆ ମଳିଆ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାର ବହୁତ ସମ୍ଭାବନା ଅଛି। ଆଉ ଯଦି ଏହା ହୁଏ ତେବେ ଏଥିରେ ଶୁଭେନ୍ଦୁ ଅଧିକାରୀ ଅସନ୍ତୁଷ୍ଟ ହେବା ସହିତ ବଙ୍ଗଳା ଭାସି ଯିବ।ଶୁଭେନ୍ଦୁ ଅଧିକାରୀର ପିଏକୁ ମାରି ଦେଇଥିବାରୁ ସେ ଏବେ ରକ୍ତମୁଖା ହୋଇରହିଛି। ସେ ହିଁ କେବଳ ମମତାକୁ ସାବାଡ୍ କରିପାରିବ। ଯେଉଁ ହିନ୍ଦୁମାନେ ଭୋଟ ଦେଇଛନ୍ତି ସେମାନଙ୍କୁ ସୁରକ୍ଷା ମିଳିବା ଦରକାର। ପଶ୍ଚିମବଙ୍ଗରେ କିଭଳି ସାଂପ୍ରଦାୟିକ ଦଙ୍ଗା ହେଉଥିଲା ତାହା ଜାଣିବାକୁ ହେଲେ “ବେଙ୍ଗଲ ଫାଇଲସ”୍ ସିନେମା ଦେଖିବାକୁ ପଡିବ ବୋଲି କହିଥିଲେ। ତେବେ ଆଗକୁ ବିଜେପି ବାଲା କଅଣ କରୁଛନ୍ତି ତାକୁ ଦେଖିବା ପରେ ଯାଇ ଯାହା କିଛି ଚିତ୍ର ସ୍ପଷ୍ଟ ହେବ ବୋଲି କହି ଉଠି ପଳାଇ ଯାଇଥିଲେ। (ଖଟି) ତା ୦୭/୦୫/୨୦୨୬ ଖଟିରୁ ଶୁକ୍ଲା
Comments are closed, but trackbacks and pingbacks are open.