ମସ୍କୋରେ ବିୟର ଅଭାବ, ଫୁଟବଲ ଫ୍ୟାନ ପିଇଯାଉଛନ୍ତି ଦିନକୁ ଶହ ଶହ ଲିଟର ବିୟର

0 1,409
ମସ୍କୋ : ଋଷିଆରେ ଏବେ ବିଶ୍ୱ ଫୁଟବଲର ମହାକୁମ୍ଭ ବିଶ୍ୱକପ ଫୁଟବଲ ଚାଲିଛି । ଏହାକୁ ଦେଖିବାକୁ ସାରା ବିଶ୍ୱରୁ ଫୁଟବଲପ୍ରେମୀମାନେ ଏହି ଦେଶକୁ ଆସିଛନ୍ତି । କେତେକ ନିଜ ଦେଶର ଟିମକୁ ଚିୟର କରିବାକୁ ଆସିଥିବାବେଳେ ଆଉ କେତେକ କେବଳ ଫୁଟବଲକୁ ଉପଭୋଗ କରିବାକୁ ଆସିଛନ୍ତି । ଋଷିଆରେ ଏବର୍ଷ ଟିକିଏ ଗରମ ପଡିଛି, ଆହୁରି ମଧ୍ୟ ବିଶ୍ୱକପ ଫୁଟବଲର ଉଲ୍ଲାସ ମଧ୍ୟରେ ପରିସ୍ଥିତି ସରଗରମ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଫ୍ୟାନମାନେ ବିୟର ପ୍ରତି ଟିକିଏ ଅଧିକ ଆସକ୍ତ ହୋଇପଡିଥିବା ଦେଖାଯାଇଛି । ଏହା ଫଳରେ ଋଷିଆରେ ବିଶେଷକରି ମସ୍କୋରେ ଏବେ ବିୟରର ପ୍ରବଳ ଅଭାବ ଦେଖାଦେଇଛି । କମ୍ପାନିମାନେ ଏହି ବର୍ଦ୍ଧିତ ଚାହିଦା ମେଣ୍ଟାଇବାକୁ ସକ୍ଷମ ହେଉନାହାନ୍ତି । ଏହା ଫଳରେ  ଗତ କିଛି ବର୍ଷ ଧରି ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବା  ଋଷିଆର ବିୟର ଶିଳ୍ପ ପାଇଁ ଏବେ ସୁଦିନ ଆସିଯାଇଛି । ମସ୍କୋର ଅନେକ ରେସ୍ତୋରାଁରେ ଦିନକୁ ତିନିଥର ଡେଲିଭରୀ ଆସୁଛି । ତଥାପି ନିଅଣ୍ଟ ପଡୁଛି । ମସ୍କୋର ଏକ ଲୋକପ୍ରିୟ ବାର୍‌ ଗୋଗୋଲରେ କାମ କରୁଥିବା ଡିମିଟ୍ରି କହନ୍ତି ଯେ ଗତ ତିନି ଦିନରେ ଲୋକମାନେ ପ୍ରାୟ ୮୦୦ ଲିଟର ବିୟର ପିଇସାରିଲେଣି ।  ଆଉ କେତେକ ମଧ୍ୟ ବିୟର ନ ମିଳିବାରୁ ଫେରିଯାଇଥିଲେ ।
Leave A Reply