ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆମେରିକା ପରରାଷ୍ଟ୍ର ସଚିବ ମାଇକେଲ ପୋମ୍ପିଓ
ନୂଆଦିଲ୍ଲୀ — ଆମେରିକା ପରରାଷ୍ଟ୍ର ସଚିବ ମାଇକେଲ ପୋମ୍ପିଓ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ସଚିବ ପୋମ୍ପିଓ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଭେଚ୍ଛା ଜଣାଇବା ସହ ନିର୍ବାଚନରେ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ସଚିବ ପୋମ୍ପିଓଙ୍କ ହାର୍ଦ୍ଦିକ ଅଭିନନ୍ଦନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ତାଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଦେବାକୁ ଅନୁରୋଧ କରିଥିଲେ ।
ଆମେରିକା ସହିତ ସମ୍ପର୍କକୁ ସେ ଗୁରୁତ୍ୱ ପ୍ରଦାନ କରୁଥିବା ନେଇ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଏବଂ ତାଙ୍କର ନୂତନ କାର୍ୟ୍ୟକାଳରେ ଆମେରିକା ସହିତ ରଣନୈତିକ ଭାଗୀଦାରୀ ନେଇ ତାଙ୍କର ସଂକଳ୍ପକୁ ବ୍ୟକ୍ତ କରିଥିଲେ । ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ବିଶ୍ୱାସ ଏବଂ ପାରସ୍ପରିକ ଲାଭର ଦୃଢ଼ ଭିତ୍ତି ଉପରେ ସ୍ଥାପନ କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ ।
ଭାରତ ସହିତ ଦୃଢ଼ ସମ୍ପର୍କ ସ୍ଥାପନ ଏବଂ ମିଳିତ ଭାବେ ସହଭାଗୀ ଉଦ୍ଦେଶ୍ୟ ଓ ଲାଭ ହାସଲ ପାଇଁ କାର୍ୟ୍ୟ କରିବା ନେଇ ଆମେରିକା ସରକାରଙ୍କ ଆଗ୍ରହ ସମ୍ବନ୍ଧରେ ସଚିବ ପୋମ୍ପିଓ ପ୍ରକାଶ କରିଥିଲେ ।
ବାଣିଜ୍ୟ, ଅର୍ଥନୀତି, ଶକ୍ତି, ପ୍ରତିରକ୍ଷା, ଆତଙ୍କବାଦର ମୁକାବିଲା ଏବଂ ନାଗରିକ ସମ୍ପର୍କ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ପୂର୍ଣ୍ଣ ସମ୍ଭାବନା ହାସଲ କରିବା ନେଇ ପ୍ରଧାନମନ୍ତ୍ରୀ ତାଙ୍କ ଦୃଢ଼ ସଂକଳ୍ପ ବ୍ୟକ୍ତ କରିଥିଲେ ।