ଦିନେ ଏକ ଚାଉଳମିଲରେ କାମକରୁଥିଲେ ବିଏସ ୟେଦ୍ୟୁରାପା

0 785

ବାଙ୍ଗାଲୁରୁ : ବିଏସ ୟେଦ୍ୟୁରାପା କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବାଜୁଭାଇ ରୁଦ୍ରଭାଇ ବାଲା ଆଜି ପୂର୍ବାହ୍ନ ୯ଟାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହା ପୂର୍ବରୁ ଗତ ରାତିସାରା ଉଭୟ ବାଙ୍ଗାଲୁରୁ ଓ ନୂଆଦିଲ୍ଲୀରେ ରାଜନୈତିକ ନାଟକ ଚାଲିଥିଲା । ରାଜ୍ୟପାଳ ବିଜେପିକୁ ସରକାର ଗଠନ କରିବା ପାଇଁ ଡାକିବାପରେ ତାବିରୋଧରେ କଂଗ୍ରେସ ଓ ଜେଡିୟୁ ରାତିଅଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ସମ୍ବିଧାନ ପ୍ରଦତ୍ତ ଅଧିକାରରେ ହସ୍ତକ୍ଷେପ କରିବାକୁ ମନାକରିବା ସହ ଶପଥ ଗ୍ରହଣ ଉତ୍ସବକୁ ସ୍ଥଗିତାଦେଶ ଦେବାକୁ ମନା କରିଦେଇଥିଲେ । ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ରାଜ୍ୟପାଳ ବିଜେପିକୁ ୧୫ ଦିନ ସମୟ ଦେଇଛନ୍ତି ।

ବୁକାନାକିରେ ସିଦ୍ଧଲିଙ୍ଗାପା ୟେଦ୍ୟୁରାପା ଙ୍କ ରାଜ୍ୟନୈତିକ ଜୀବନ ବେଶ ଘଟଣାବହୁଳ ଓ ବିବାଦୀୟ ମଧ୍ୟ । ଜଣେ ସାଧାରଣ କିରାଣିରୁ ନିଜର ପରିଶ୍ରମ ବଳରେ ସେ ଆଜି ୨ୟ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ରାଜ୍ୟର ସମାଜ ମଙ୍ଗଳ ବିଭାଗରେ ପ୍ରଥମେ ସେ ଜଣେ କିରାଣି ଭାବେ ଚାକିରି କରୁଥିଲେ, ତାପରେ ଏକ ଘରୋଇ ଚାଉଳମିଲ୍‌ ରେ କିରାଣି ହେଲେ । ଏହା ପରେ ଏକ ହାର୍ଡୱାର ଦୋକାନ ମଧ୍ୟ କରିଥିଲେ । ତେବେ ମାତ୍ର ୧୫ ବର୍ଷ ବୟସରୁ ହିଁ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ହୋଇଥିଲେ ଓ କୃଷକ ଆନ୍ଦୋଳନରେ ଯୋଗ ଦେଇଥିଲେ । ଜଣେ ପୁରୁଣା ସଂଘ କର୍ମୀ ହୋଇଥିବାରୁ ତାଙ୍କ ପ୍ରତି ଆରଏସଏସର ଅକୁଣ୍ଠ ସମର୍ଥନ ରହିଛି ।

Leave A Reply