ହାଡଭଙ୍ଗା ଶୀତ, ଥରୁଛି ଓଡ଼ିଶା
ଭୁବନେଶ୍ୱର..- ସାରା ଓଡ଼ିଶାରେ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି । ଦିନର ସର୍ବନିମ୍ନ ତାପମାତ୍ରା କମିବାରେ ଲାଗିଛି । ଅଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏପରି ଶୀତ ଲାଗି ରହିବା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଫୁଲବାଣୀରେ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତିରେ ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରହିବ ବୋଲି ପୂର୍ବାନୁମାନ କରାଯାଉଛି ।
ସାଧାରଣ ଲୋକଙ୍କୁ ଶୀତ ବସ୍ତ୍ର ବ୍ୟବହାର କରିବା ସହ ରାତିରେ ଥଣ୍ଡାରେ ବୁଲା ବୁଲି ନ କରିବା ଓ କୁହୁଡିରେ ଗାଡି ଚଳାଇବା ବେଳେ ବେଶଷ ସତର୍କତା ଆବଲମ୍ବନ କରିବା ପାଇଁ ସତର୍କତା ଜାରି କରାଯାଇଛି ।