ଥରୁଛି ଓଡ଼ିଶା , କମୁଛି ପାରଦ
ଭୁବନେଶ୍ୱର . – ଓଡ଼ିଶାରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏପରି ପ୍ରବଳ ଶୀତ ଲାଗି ରହିବ । ଉତ୍ତର ଓଡ଼ିଶାରେ ଶୀତର ପରିମାଣ ବଢିବାର ଆଶଙ୍କା କରାଯାଉଛି । ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।
ରାତି ୧୨ଟା ପରଠାରୁ ସକାଳ ୮ ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଏହା ପରେ ତାପମାତ୍ରା ବୃଦ୍ଧି ପାଇବ । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ର ୧୦ ଡିଗ୍ରୀ ଛୁଇଁଲାଣି । ୨୬ ତାରିଖ ପରଠାରୁ ତାପମାତ୍ରା ଆହୁରି ହ୍ରାସ ପାଇବ । ଅନେକ ସ୍ଥାନରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା ଯିବ । କନ୍ଧମାଳରେ ତାପମାତ୍ରା କମୁଥିବାରୁ ଦାରିଙ୍ଗିବାଡିରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି ।