ରାଜ୍ୟରେ ମଦ ଦୋକାନ ଖୋଲିବା ପ୍ରସଙ୍ଗକୁ ନେଇ ଦାଏର ଜନସ୍ୱାର୍ଥ ମାମଲା ଶୁଣାଣି କରି ହାଇକୋର୍ଟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍‍ ଜାରି କରିଛନ୍ତି

0 685

କଟକ – ରାଜ୍ୟରେ ମଦ ଦୋକାନ ଖୋଲିବା ପ୍ରସଙ୍ଗକୁ ନେଇ ଦାଏର ଜନସ୍ୱାର୍ଥ ମାମଲା ଶୁଣାଣି କରି ହାଇକୋର୍ଟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍‍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‍ ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଚଳିତମାସ ୨୧ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରୁ ଜଣାପଡିଛି, ତୃତୀୟ ପର୍ଯ୍ୟାୟ ଲକ୍‍ଡାଉନ ନିର୍ଦ୍ଦେଶାବଳୀ ଅନୁଯାୟୀ କେତେକ ନିର୍ଦ୍ଧିଷ୍ଟ ଜୋନ୍‍ରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଥିବାବେଳେ କଟକ ସହରରେ ମଦ ନ ଖୋଲିବା ନେଇ ଆବେଦନରେ ଦର୍ଶାଯାଇଛି । ଅନ୍ୟପକ୍ଷରେ ପ୍ରବାସୀମାନଙ୍କୁ ସେମାନେ ରହିଥିବା ସ୍ଥାନରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ଆବେଦନରେ ଦର୍ଶାଯାଇଛି ।

Leave A Reply