“ଆମେ ହିନ୍ଦୁ, ଆମ ଘରକୁ କଂଗ୍ରେସ ଲୋକ ଆସିବା ମନା” କର୍ଣ୍ଣାଟକର ଏହି ଗାଁଲୋକେ ନିଜ ଘର କବାଟରେ ଲେଖିଛନ୍ତି

0 530

ଆଜିକାଲି କଂଗ୍ରେସ ଦଳ ଏକ ଅଜବ ସ୍ଥିତି ଦେଇ ଗତି କରୁଛି । ମୁସଲିମ ତୁଷ୍ଟୀକରଣ ଆରୋପ ଏହି ଦଳ ଉପରେ ବହୁଦିନରୁ ଲାଗି ଆସୁଛି । ଏଥିପାଇଁ ଦଳ ଏବେ ନିଜର ହିନ୍ଦୁମାନଙ୍କ ହିତୈଷୀ ଭାବେ ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟା କରୁଛି । ସେଥିପାଇଁ ଦଳର ସଭାପତି ରାହୁଲ ଗାନ୍ଧି ଏ ମନ୍ଦିରରୁ ସେ ମନ୍ଦିର ଘୂରି ବୁଲୁଛନ୍ତି । କିନ୍ତୁ ଲୋକମାନଙ୍କ ବିଶ୍ୱାସ ଜିଣିବା ସେତେ ସହଜ ନୁହେଁ । କଂଗ୍ରେସ ହିନ୍ଦୁ ବିରୋଧୀ ବୋଲି ଲୋକଙ୍କ ମନରେ ଥିବା ଆଶଙ୍କା ଦୂର ହେବ କଣ ଦିନକୁ ଦିନ ବଢି·ଲିଛି ।

ମଇ ମାସରେ ନିର୍ବାଚନ ହେବାକୁ ଥିବା ରାଜ୍ୟ କର୍ଣ୍ଣାଟକର ବଣ୍ଟୱାଲ ଅଂଚଳରେ ଲୋକମାନେ ଏପରି କାମ କରିଛନ୍ତି ତାହା କଂଗ୍ରେସର ନିଦ ହଜାଇ ଦେଇଛି । ଏହି ଅଂଚଳର ହିନ୍ଦୁମାନେ ନିଜ ଘର କବାଟରେ ଲେଖିଛନ୍ତି ଆମ ହେଉଛୁ ହିନ୍ଦୁ, ଆମ ଘରେ ଝିଅଟିଏ ଅଛି । ଆମ ଘରକୁ କଂଗ୍ରେସ ଲୋକ ଆସିବା ମନା । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କଂଗ୍ରେସ ଦଳ ପାଇଁ ଏକ ନୂଆ ସମସ୍ୟା ଆରମ୍ଭ ହୋଇଛି ।

କଥା ହେଉଛି ଏ ଅଂଚଳରେ ସଂଖ୍ୟାଲଘୁ ଜନସଂଖ୍ୟା ବଢି·ଲିଛି । ଜ୍ଞାନଶ୍ରୀ ନାମକ ଝିଅକୁ ଏକ ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ଯୁବକ ପ୍ରେମ ବିବାହ କରିବା ପରେ ତାହାର ଧର୍ମପରିବର୍ତ୍ତନ କରାଯାଇଥିଲା । ଏହି ଧର୍ମପରିବର୍ତ୍ତନ ବେଳେ କଂଗ୍ରେସ କର୍ମୀମାନେ ସାହାଯ୍ୟ କରିଥିବା ସ୍ଥାନୀୟ ଲୋକମାନେ ସଂଦେହ କରୁଛନ୍ତି । ଏଣୁ ସେମାନେ କଂଗ୍ରେସ ଦଳ ଉପରେ ରାଗିଯାଇଛନ୍ତି ।

Leave A Reply