କାହିଁକି ପାଳନ କରାଯାଏ ଫାଦର୍ସ ଡେ

0 1,126

ଏପରି ମାନ୍ୟତା ରହିଛି ୧୯ ଜୁନ୍‌ ୧୯୧୦ ମସିହାରେ ଆମେରିକାର ଓ୍ୱାଶିଂଟନରେ ଫାଦର୍ସ ଡେ ପାଳନ କରାଯାଉଥିଲା । ୨୦୧୯ରେ ଏହାକୁ ୧୦୯ ବର୍ଷ ପୂରଣ ହେଉଛି । ଏହାର ପାଳନ ପଛରେ ଏକ ରୋଚକ ବିଷୟ ରହିଛି। ସୋନେରା ଡୋଡ୍‌ଙ୍କର-

ସୋନେରା ଡୋଡ୍‌ ଛୋଟ ପିଲା ଥିବା ବେଳେ ତାଙ୍କ ମାଆ ଆରପାରିକୁ ଚାଲିଯାଇଥିଲେ । ଏହାପରେ ତାଙ୍କର ପିତା ତାଙ୍କୁ ଏପରି ଲାଳନ ପାଳନ କରିଥିଲେ ସେ ମାଆଙ୍କର କଥା କେବେବି ଭାବି ନଥିଲେ । ତାଙ୍କୁ ସେ ମାଆ ଓ ବାପା ଉଭୟଙ୍କର ସ୍ନେହ ଦେଇଥିଲେ । ସୋନେରା ବଡ ହେବା ପରେ ପିତୃ ଦିବସ ବା ଫାଦର୍ସ ଡେ ପାଳନ କରିବା କଥା ଚିନ୍ତା କରିଥିଲେ । ୧୯ ଜୁନ୍‌ ୧୯୧୦ରେ ସେ ଓ ତାଙ୍କର ସାଥୀମାନେ ପ୍ରଥମ ଫାଦର୍ସ ଡେ ପାଳନ କରିଥିବା ଆମେରିକା ଇତାହାସରେ ପ୍ରମାଣ ରହିଛି ।

୧୯୨୪ରେ ଆମେରିକାର ରାଷ୍ଟ୍ରପତି କ୍ଲିଭେନ୍‌ କୋଲି ବି ଏହାକୁ ଅଧିକାରୀକ ଭାବେ ପାଳନ କରିବାପାଇଁ ସହମତି ପ୍ରକାଶ କରିଥିଲେ । ୧୯୬୬କେ ରାଷ୍ଟ୍ରପତି ଲିଣ୍ଡନ ଜୁନ୍‌ର ତୃତୀୟ ରବିବାରକୁ ଫାଦର୍ସ ଡେ ଭାବେ ପାଳନ କରିବାପାଇଁ ଅଧିକାରୀକ ଭାବେ ଘୋ।ଷଣା କରିଥିଲେ । ଆମେରିକାରେ ଫାଦର୍ସ ଡେର ଅନେକ ଅନୁଷ୍ଠାନରେ ଛୁଟି ଘୋଷଣା କରାଯାଇଥିଲା । ଧୀରେ ଧୀରେ ଭାରତରେ ବି ଏହାର ପ୍ରଚାର ପ୍ରସାର ହୋଇଛି । ଏବେ ଭାରତରେ ବି ଅନେକ ଏହି ଦିବସକୁ ନିଜ ପିତାଙ୍କ ସହ ପାଳନ କରୁଛନ୍ତି ।

Leave A Reply