ଜାଣନ୍ତୁ କାହିଁକି ଝିଅ ପାଇଁ ତାଙ୍କର ବାପା ହିରୋ ଓ ବେଶୀ ନିକଟତର

0 2,249

ସାଧାରଣତଃ ବାପା ଓ ମାଆ ଦୁଇଜଣ ନିଜ ପିଲାମାନଙ୍କୁ ସ୍ନେହ କରିଥାଆନ୍ତି । ହେଲେ ଅଧିକାଂଶସ୍ତରରେ ଝିଅମାନେ ବାପାଙ୍କର ଅଲିଅଳି ହୋଇଥାଆନ୍ତି । ପୁଅମାନେ ମାଆଙ୍କର ସ୍ନେହ ପାଇଥାଆନ୍ତି । ଝିଅ ବାପାଙ୍କର ଅଧିକ ଅଲିଅଳି ହେବାର ଅନେକ କାରଣ ରହିଛି । ବାପା କେବଳ ବାପା ନୁହନ୍ତି ନିଜ ଝିଅର ବନ୍ଧୁ ବି । ସେ ଆକଟ କରିବା ସହ ସ୍ନେହ କରିଥାଆନ୍ତି । ଜଣେ ଝିଅର ବାପା ହେବା ପରେ ତା ଭିତରେ ଅନେକ ପରିବର୍ତ୍ତନ ଆସିଥାଏ । ସେ ଅଧିକ ଯତ୍ନବାନ ହୋଇଥାଏ । ଝିଅକୁ ବି ଘରର ଲକ୍ଷ୍ମୀ କୁହାଯାଏ । ବାପା ଅଧିକ ଯତ୍ନବାନ ହେବା ସହ ଝିଅର ଲାଳନ ପାଳନ ଭଲ ଭାବରେ କରିଥାଏ। କେତକ କ୍ଷେତ୍ରରେ ଏହା ବ୍ୟତିକ୍ରମ ଦେଖାଦେଲେ ବି ଅଧିକାଂଶ କ୍ଷେତ୍ରରେ ଏହା ହୋଇଥାଏ ।

ଝିଅ ପାଇଁ ତାହାର ବାପା ହିଁ ହିରୋ । ସେ ସୁପର ହିରୋ ସହ ସମାନ । ବାପା ହିଁ ଝିଅର ଅଧିକାଂଶ ଦାବିକୁ ପୂରଣ କରିଥଆନ୍ତି ।
ବାପାଙ୍କ କୋଳରେ ସବୁଠାରୁ ଅଧିକ ସୁରକ୍ଷା ମିଳିଥାଏ ।
ବାପା ପାଇଁ ତା ଝିଅ ଏକ ଛୋଟ ପରୀ ପରି ।
ବାପା ଓ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ରହିଥାଏ ।

Leave A Reply