ଯୌନ ନିର୍ଯ୍ୟାତନା ଅଭିଯୋଗ ଥିବା ଡିଏଫ୍‌ଓଙ୍କ ସହ ବନ ବିଭାଗର ବିଭିନ୍ନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢଉ

0 1,084

ବ୍ରହ୍ମପୁର . – ଦିଗପହଣ୍ଡି ରେଞ୍ଜର, ଖଲ୍ଲୀକୋଟ ରେଞ୍ଜରଙ୍କ କାର୍ଯ୍ୟାଳୟ ଓ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସମେତ ଅନ୍ୟ କେତେକ ଅଭିଯୋଗରେ ଏହି ଚଢ଼ଉ ଚାଲିଛି । ଭିଜିଲାନ୍ସର କଟକ ସେଲ୍‍ ଦ୍ୱାରା ଏହି ଚଢ଼ଉ କରାଯାଇଛି । ଡିଏଫ୍‍ଓ ଆଶିଷ କୁମାର ବେହେରାଙ୍କ ଅଫିସ୍‍, ଘର, ବ୍ରହ୍ମୁର ଆମ୍ବପୁଆଠାରେ ଥିବା ଶଶୁରଘର, ଭଞ୍ଜନଗର ଲଣ୍ଡେଇ ସାହିରେ ଥିବା ପୈତୃକ ଘରଠାରେ ତଲାସୀ ଚାଲିଛି । ସେହିପରି ଦିଗପହଣ୍ଡି ରେଞ୍ଜର ପରମାନନ୍ଦ ପାଣିଗ୍ରାହୀଙ୍କ କାର୍ଯ୍ୟାଳୟ, ବାସଗୃହ ଓ ବ୍ରହ୍ମୁରଠାରେ ଥିବା ଜୟଶ୍ରୀ ଏନ୍‍କ୍ଲେଭ୍‍ର ଫ୍ଲାଟର୍ ଚଢ଼ଉ କରାଯାଇଛି ।
ଖଲ୍ଲୀକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥାଙ୍କ ବାସଭବନ, ଖଲ୍ଲିକୋଟ ଅଫିସ ଆଦି ୯ଟି ସ୍ଥାନରେ ଚଢ଼ଉ ଚାଲିଛି । ଦିଗପହଣ୍ଡିଠାରେ
ଅବସ୍ଥାପିତ ଜଣେ ମହିଳା ବନରକ୍ଷୀ ଦିଗପହଣ୍ଡି ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ ଓ ବ୍ରହ୍ମୁର ଡି.ଏଫ୍‍.ଓ ଆଶିଷ ବେହେରାଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ରହିଥିବା ନେଇ ମଧ୍ୟ ତଦନ୍ତ ଚାଲିଛି ।

Leave A Reply