ସରକାରୀ ଅର୍ଥ ହଡପ ଅଭିଯୋଗରୋ ସରପଞ୍ଚ ନିଲମ୍ବିତ
ଭୁବନେଶ୍ୱର – ଲୋକଙ୍କ ପାଇଁ ଆସୁଥିବା ସରକାରୀ ଯୋଜନାର ଅର୍ଥ ହଡପ ଅଭିଯୋଗରେ ଜଣେ ସରପଞ୍ଚ ନିଲମ୍ବିତ ହୋଇଛନ୍ତି । ରାଜ୍ୟ ପଞ୍ଚାୟତି ରାଜ ବିଭାଗ ତାଙ୍କୁ ନିଲମ୍ବିତ କରିଛି । ବିଭିନ୍ନ ଉନ୍ନୟନ ଯୋଜନା ପାଇଁ ଦିଆଯାଉଥିବା ସରକାରୀ ଟଙ୍କୁ ଆତ୍ମସାତ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ଢେଙ୍କାନାଳ ଜିଲ୍ଲା ଭୂଷଣ ପଞ୍ଚାୟତର ସରପଞ୍ଚ ଚିତ ରଞ୍ଜନ ମଲ୍ଲିକଙ୍କୁ ଏଥିପାଇଁ ନିଲମ୍ବିତ କରାଯାଇଛି ।
ସିଏପ୍ସି ଓ ଏସ୍ଏଫ୍ସ ପାଣ୍ଠିର ଦୂରପୋଯୋଗ, ପଲ୍ଲୀ ସଭା ଓ ମାସିକ ସଭା ନ କରିବା ପରି ଅଭିଯୋଗ ରହିଥିଲା। ଓଡିଶା ଗ୍ରାମ ପଞ୍ଚାୟତ ଅଧିନିୟମ ଧାରା ୧୯ ଅନୁସାରେ ଜୁଲାଇ ମାସରେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ୧୬ ଜଣ ସରପଞ୍ଚଙ୍କୁ ହଟାଯାଇଛି ।
news source -AIR CTC