ରାଜ୍ୟରେ ଅପମିଶ୍ରିତ ଖାଦ୍ୟସାମଗ୍ରୀ ଉପରେ ନିୟନ୍ତ୍ରଣ ରଖିବା ଲାଗି ଖାଉଟି କଲ୍ୟାଣ ପୋର୍ଟାଲ ଖୋଲାଯିବ

0 253

ଭୁବନେଶ୍ୱର -ରାଜ୍ୟରେ ଅପମିଶ୍ରିତ ଖାଦ୍ୟସାମଗ୍ରୀ ଉପରେ ନିୟନ୍ତ୍ରଣ ରଖିବା ଲାଗି ଖାଉଟି କଲ୍ୟାଣ ପୋର୍ଟାଲ ବା କନ୍‍ଜ୍ୟୁମୟର ୱେଲ୍‍ଫେୟାର ପୋର୍ଟାଲ ଖୋଲାଯିବ । ରାଜ୍ୟ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ପୋର୍ଟାଲ ମାଧ୍ୟମରେ ଜନସାଧାରଣ ନିଜର ଅଭିଯୋଗ ଦାଖଲ କରିପାରିବେ ।

ଏହାଛଡ଼ା ଏ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ମଧ୍ୟ ନେବା ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଏ ଦିଗରେ ଖାଉଟି ଫୋରମ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଛି । ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ରୋକିବା ଲାଗି ଯୋଗାଣ ବିଭାଗ ସ୍ୱାସ୍ଥ୍ୟ ବିଭାଗ ସହ ମିଳିତ ଭାବେ କାର୍ଯ୍ୟକରୁଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

Leave A Reply