ରାଜ୍ୟରେ ଇତିମଧ୍ୟରେ ଅଢ଼େଇ କୋଟିରୁ ଅଧିକ ଜନସାଧାରଣଙ୍କର ଟିକାକରଣ

0 93

ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ଅଭିଯାନ ଗତକାଲି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରାଜ୍ୟରେ ଇତିମଧ୍ୟରେ ଅଢ଼େଇ କୋଟିରୁ ଅଧିକ ଜନସାଧାରଣଙ୍କର ଟିକାକରଣ ହୋଇପାରିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ଟିକାକରଣର ହାର ଏବେତିନି ଲକ୍ଷ ମଧ୍ୟରେ ସୀମିତ ଥିବାବେଳେ ଆଜିଠାରୁ ଏହାକୁ ୪ଦଶମିକ୍‍
୧/୩ଲକ୍ଷକୁ ବଢ଼ାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ ଆୟୁକ୍ତ ଓ ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଗତକାଲି ଗୋଟିଏ ଦିନରେ ଆଉ ୭୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ହଜାର ୮୩କୁ ବୃଦ୍ଧି ପାଇଛି । ଗତକାଲି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୧୯ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି ।


ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭ ଓ କଟକରୁ ୧୨୦ ଏବଂ ଷ୍ଟେଟ୍‍ପୁଲ୍‍ରୁ ୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦ରୁ କମ୍‍ ରହିଛି । ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ କରୋନାଜନିତ
ମୋଟ୍‍ ମୃତ୍ୟୁ ସଂଖ୍ୟା ୮ ହଜାର ୮୪କୁ ବୃଦ୍ଧି ପାଇଛି ।

Leave A Reply