ଝାରସୁଗୁଡ଼ା-ବିମାନ ବନ୍ଦରରୁ କୋଲକତା ଓ ବେଙ୍ଗାଲୁରକୁ ଉଡିବ ବିମାନ

0 1,047

ଝାରସୁଗୁଡା – ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଆଉ ୨ଟି ନୂଆ ସହର ସହିତ ଯୋଡ଼ିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ବିମାନ
ଚଳାଚଳ ନେଇ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଝାରସୁଗୁଡ଼ା ବିମାନ ବନ୍ଦରରୁ କୋଲକାତା ଏବଂ ବାଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ହୋଇଛି ।
ତେବେ ଏହା କେବେ କାର୍ଯ୍ୟକାରୀ ହେବ ତାହା ସ୍ଥିର ହୋଇନାହିଁ । ସୂଚନା ଯୋଗ୍ୟ ପୂର୍ବରୁ ଝାରସୁଗୁଡ଼ାର ୫ଟି ସହରକୁ ବିମାନ ଚଳାଚଳ କରୁଛି ।

Leave A Reply