ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ତିନିଜଣଙ୍କୁ ନିମର୍ମ ହତ୍ୟା ମାମଲାରେ ୯ ଜଣଙ୍କୁ ଫାଶୀଦଣ୍ଡାଦେଶ ମାମଲାରେ ହାଇକୋର୍ଟ ରାୟ ସଂରକ୍ଷିତ

0 1,150

କଟକ- ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ତିନିଜଣଙ୍କୁ ନିମର୍ମ ହତ୍ୟା ମାମଲାରେ ୯ ଜଣଙ୍କୁ ଫାଶୀଦଣ୍ଡାଦେଶ ମାମଲାରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍‍ କ୍ୟୁରୀ ଆଇନଜୀବୀ ରତିକାନ୍ତ ମହାପାତ୍ର ଓ ସରକାରଙ୍କ
ପକ୍ଷରୁ ଏ.ଜି.ଏ. ଜନ୍ମେଜୟ କଟକିଆ ମାମଲା ପରିଚାଳନା କରୁଛନ୍ତି । ସୂଚନାଯୋଗ୍ୟ ୨୦୧୬ ମସିହା ସେପ୍ଟେମ୍ବର ମାସରେ ଗୁଣିଗାରେଡି ସନ୍ଦେହରେ ୩ଜଣଙ୍କୁ ହତ୍ୟା କରାଯାଇଥିଲା । ପରେ ପୁଲିସ୍‍ ଏହି ମାମଲାରେ ୧୦ଜଣଙ୍କୁ ଗିରଫ କରିଥିଲା

 

SOURCE AIR CTC
Leave A Reply