ରାଜ୍ୟର ପ୍ରଥମ କଫି ପ୍ରକ୍ରିୟା କରଣ ପ୍ଲାଣ୍ଟ ଆରମ୍ଭ
କୋରାପୁଟ -କୋରାପୁଟ୍ଠାରେ ରାଜ୍ୟର ପ୍ରଥମ କଫି ପ୍ରକ୍ରିୟା କରଣ ପ୍ଲାଣ୍ଟ ଆରମ୍ଭ ହୋଇଛି । ୫୦ଲକ୍ଷ ଟଙ୍କାରେ ନିର୍ମିତ ଏହି ପ୍ଲାଣ୍ଟକୁ ରାଜ୍ୟର ଏକ ଘରୋଇ ସଂସ୍ଥା ଆର୍ଥିକ ସହଯୋଗ ଯୋଗାଇଛି । ଏହି ପ୍ଲାଣ୍ଟ ଆରମ୍ଭ ହେବା ଫଳରେ କୋରାପୁଟ୍ ଓ ରାୟଗଡ଼ା ଜିଲ୍ଲାର ପ୍ରାୟ ଏକ ହଜାର କଫିଚାଷୀ ଉପକୃତ ହୋଇପାରିବେ । ଏହି ଦୁଇଟି ଜିଲ୍ଲାରେ ବାର୍ଷିକ ଉତ୍ପାଦନ ହେଉଥିବା କଫି ବିନ୍ଗୁଡ଼ିକ ଏଠାରେ ପ୍ରକ୍ରିୟାକରଣ ସାହାଯ୍ୟରେ ଖାଇବା ଉପଯୋଗୀ ହୋଇପାରିବ ।
ସୂଚନା ଯୋଗ୍ୟ କୋରାପୁଟ୍ରେ ବହୁଳ ଭାବରେ କଫି ଚାଷ କରାଯାଉଥିଲେ ମଧ୍ୟ ଏହାର ପ୍ରକ୍ରିୟାକରଣ ବାହାର ରାଜ୍ୟରେ ହେଉଥିଲା । ଫଳରେ ଚାଷୀମାନେ ବିଶେଷ ଲାଭବାନ ହେଉନଥିଲେ । ଏହି
ଉତ୍ସବରେ ବିଧାୟକ ରଘୁରାମ ପଡାଲ୍, ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।