(ୟୁପିଆଇ) ଆପ୍ ବ୍ୟବହାର କରି ଟିକେଟ୍ କ୍ରୟ ଉପରେ ୫ଧ
ରିହାତି ପ୍ରଦାନ କରୁଛି
ଡିଜିଟାଲ୍ ଇଣ୍ଡିଆ ଅଭିଯାନରେ ଲୋକଙ୍କୁ ଡିଜିଟାଲ୍ ସଶକ୍ତୀକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ରେଳ ମନ୍ତ୍ରଣାଳୟ ଭୀମ୍ ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ଆପ୍ ବ୍ୟବହାର କରି ଟିକେଟ୍ କ୍ରୟ ଉପରେ ୫ଧ ରିହାତି ପ୍ରଦାନ କରୁଛି । କମ୍ପୁଟରୀକୃତ ଯାତ୍ରୀ ସଂରକ୍ଷଣ କେନ୍ଦ୍ରରୁ ଟିକେଟ କ୍ରୟ ଉପରେ ଏହି ରିହାତି ଉପଲବ୍ଧ ହେଉଛି ।
ଏକ ଶତ ଟଙ୍କା କିମ୍ବା ତଦୂର୍ଦ୍ଧ ମୂଲ୍ୟ ଉପରେ ଟିକେଟ୍ ବୁକ ପାଇଁ ଏହି ରିହାତି ପ୍ରଯୁଜ୍ୟ ହେବ । ତେବେ ପ୍ରତି ଟିକେଟ ଉପରେ ସର୍ବାଧିକ ୫୦ ଟଙ୍କା ରିହାତି ମିଳିବ । ଏହିପରି ରିହାତି କେବଳ ସଂରକ୍ଷଣ କାଉଣ୍ଟରରେ ପ୍ରଥମ ସଂରକ୍ଷଣ ଚାର୍ଟ ପ୍ରସ୍ତୁତି ପର୍ଯ୍ୟନ୍ତ ଲାଗୁ ହେବ । ପ୍ରଥମ ଚାର୍ଟ ପ୍ରସ୍ତୁତି ପରେ, ଏହି ରିହାତି ପ୍ରଯୁଜ୍ୟ ହେବ ନାହିଁ । ଯାତ୍ରୀମାନଙ୍କୁ ସଂରକ୍ଷଣ ବା ବୁକିଂ କାଉଣ୍ଟର ଠାରେ ଟିକେଟ୍ ବୁକ୍ କରୁଥିବାବେଳେ ଯାତ୍ରୀମାନେ ଏହି ସୁବିଧା ପାଇବାପାଇଁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ।