ବାଲେଶ୍ୱର: ସମସ୍ତ ପ୍ରକାର ବିଦ୍ୟୁତ୍ ଯୋଗାଣ ସମ୍ପର୍କିତ ସମସ୍ୟା ପାଇଁ ଏକକ ସମାଧାନ ପ୍ରଦାନ କରିବା ନିମନ୍ତେ ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ଗ୍ରାମାଚଂଳରେ “ଅନୁଭବ କେନ୍ଦ୍ର’ ସ୍ଥାପନ କରିବା କାର୍ଯ୍ୟ ଜାରି ରହିଛି । ଅନୁଭବ କେନ୍ଦ୍ର ସ୍ଥାପନ କରିବାର ଲକ୍ଷ୍ୟ ହେଉଛି ପେମେଂଟ୍/ ବିଲ୍ ସଂଶୋଧନ, ମିଟରିଂ ଏବଂ ଅନ୍ୟାନ୍ୟ ବିଦ୍ୟୁତ୍ ସମ୍ପର୍କିତ ସମସ୍ୟାର ସମାଧାନ ଲାଗି ଗ୍ରାମାଚଂଳରେ ବାସ କରୁଥିବା ଗ୍ରାହକମାନଙ୍କର ବହୁ ଦୂରରେ ଥିବା ସେକ୍ସନ୍ ଅଫିସ୍ ପର୍ଯ୍ୟନ୍ତ ଯାତ୍ରା କରିବାର ଆବଶ୍ୟକତାକୁ ଦୂର କରିବା ।
ଗ୍ରାମୀଣ ଗ୍ରାହକଙ୍କ ସମସ୍ୟାକୁ ବ୍ୟବସ୍ଥିତ ଓ ସମାଧାନ କରିବା ଲାଗି ଅନୁଭବ କେନ୍ଦ୍ରଗୁଡ଼ିକୁ ପିଡିଏସ୍ ଦୋକାନ ନିକଟରେ ସ୍ଥାପନ କରାଯାଉଛି । ଲାଇନ୍ମ୍ୟାନ୍ ସହାୟତା ଲାଗି କଂପାନି ପକ୍ଷରୁ ଏହ ଅନୁଭବ କେନ୍ଦ୍ରଗୁଡ଼ିକ ସହ ଫ୍ୟୁଜ୍ କଲ୍ କ୍ୟାମ୍ପ୍ର ସମନ୍ୱୟ କରାଯାଇଛି । ବିଲ୍ ସଂଗ୍ରହ, ଡୁପ୍ଲିକେଟ୍ ବିଲ୍ ସୃଷ୍ଟି କରିବା, ନୂଆ ସଂଯୋଗ ଅନୁରୋଧ, ବିଲ୍ ସଂଶୋଧନର ସମାଧାନ, ମିଟରିଂ ଏବଂ ଅନ୍ୟାନ୍ୟ ଅଭିଯୋଗର ପଂଜୀକରଣ ଏବଂ ମାଇଁ ଟାଟା ପାୱାର ଆପ୍ ଜରିଆରେ ସଚେତନତା ସୃଷ୍ଟି କରିବା ଭଳି ସଂଖ୍ୟାଧିକ ସେବା ଏହି କେନ୍ଦ୍ର ପ୍ରଦାନ କରିବ ।
ଟିପିଏନ୍ଓଡିଏଲ୍ ପକ୍ଷରୁ ପ୍ରତି ସବ୍-ଡିଭିଜନରେ ଗ୍ରାମ ପଂଚାୟତ ସ୍ତରରେ ମୋଟ ୫୦ ଅନୁଭବ କେନ୍ଦ୍ର ସ୍ଥାପନ କରାଯାଇଛି ଯାହା ୬୨,୦୦୦ରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ଗ୍ରାହକମାନଙ୍କ ନିକଟରେ ପହଂଚିବା ଲାଗି ଗ୍ରାମାଚଂଳରେ ସେକ୍ସନ୍ ସ୍ତର ପର୍ଯ୍ୟନ୍ତ ଅନୁଭବ କେନ୍ଦ୍ରକୁ ସମ୍ପ୍ରସାରଣ କରିବା ଲାଗି କଂପାନି ଲକ୍ଷ୍ୟ ରଖିଛି । ଅନୁଭବ କେନ୍ଦ୍ରରେ ୫୪,୦୦୦ରୁ ଅଧିକ ଗ୍ରାହକ ପହଂଚିଥିବା ବେଳେ ୧୫,୦୦୦ରୁ ଅଧିକ ସମସ୍ୟାର ସମାଧାନ ହୋଇଛି । ସେଥିରେ ସାମିଲ ରହିଛି ୧୫୦୦ରୁ ଅଧିକ ମିଟର ପରିବର୍ତନ ଏବଂ ୧୭୦୦ରୁ ଅଧିକ ବିଲ୍ ସଂଶୋଧନ । ଅନୁଭବ କେନ୍ଦ୍ର ଯୋଗୁ ୪୩୦୦ରୁ ଅଧିକ ମାଇଁ ଟାଟା ପାୱାର ଆପ୍ ଡାଉନ୍ଲୋଡ୍ ହୋଇପାରିଛି । ମାଇଁ ଟାଟା ପାୱାର ଆପ୍ ସହଜରେ ବିଦ୍ୟୁତ୍ ଯୋଗାଣ ଓ ସେବା ସମ୍ପର୍କିତ ସୂଚନା ପ୍ରଦାନ କରୁଛି ।
ବ୍ରହ୍ମବରଦାର ରବୀନ୍ଦ୍ର ମହାନ୍ତିଙ୍କ ଦୀର୍ଘ ଦିନରୁ ପଡ଼ିରହିଥିବା ବିଲ୍ ସମସ୍ୟା ନିକଟସ୍ଥ ଅନୁଭବ କେନ୍ଦ୍ର ଜରିଆରେ ସମାଧାନ ହୋଇପାରିଛି । ସେ କହିଛନ୍ତି ଯେ ବିଲ୍ ସୃଷ୍ଟି କରିବାରେ ସେ ସମସ୍ୟାର ସାମ୍ନା କରୁଥିଲେ ଏବଂ ଦୂର ସ୍ଥାନରେ ଥିବାରୁ ସେ ସେହି ସମସ୍ୟାକୁ ଡିଭିଜନାଲ୍ ଅଫିସ ପର୍ଯ୍ୟନ୍ତ ନେଇପାରୁନଥିଲେ । ମାତ୍ର ନିଜ ଗ୍ରାମ ପଂଚାୟତରେ ଥିବା ଅନୁଭବ କେନ୍ଦ୍ରରେ ପଞ୍ଜୀକରଣ କରିବା ପରେ ସେହି ଦୀର୍ଘଦିନରୁ ପଡ଼ିରହିଥିବା ସମସ୍ୟାର ସମାଧାନ ହୋଇଥିଲା । ମହାବିଲା ଗ୍ରାମର ସନାତନ ମହନ୍ତ ଏବଂ ସାଧବୀ ଧୀରଙ୍କ କିଛି ମାସ ଧରି ତ୍ରୁଟିପୂର୍ଣ୍ଣ ମିଟର ସମସ୍ୟା ଥିଲା, ମାତ୍ର ସଠିକ୍ ଅଧିକାରୀଙ୍କ ପାଖରେ ପହଂଚିପାରୁନଥିବାରୁ ସେହି ସମସ୍ୟା ସମାଧାନ ହୋଇପାରୁନଥିଲା । ସେମାନଙ୍କ ଗ୍ରାମ ପଂଚାୟତରେ ଅନୁଭବ କେନ୍ଦ୍ର ଯୋଗୁ ଅଧିକାରୀମାନେ ମିଟର ବଦଳାଇବା ଏବଂ ଅଳ୍ପ ସମୟ ଭିତରେ ସମସ୍ୟାର ସମାଧାନ କରିଥିବାରୁ ସେମାନେ ଆନନ୍ଦ ପ୍ରକଟ କରିଛନ୍ତି ।
ଅଣୁ ସ୍ତରରେ ଗ୍ରାହକ କୈନ୍ଦ୍ରୀକ କାଯ୍ୟକ୍ରମ ପ୍ରଦାନ କରୁଥିବାରୁ ମାନ୍ୟବର ବିଧାୟକ ଶ୍ରୀ ପ୍ରକାଶ ସୋରେନ୍ ଟିପିଏନ୍ଓଡିଏଲ୍କୁ ପ୍ରଶଂସା କରିଛନ୍ତି । ଏହି ଅଂଚଳ ଆଖପାଖରେ ଟିପିଏନ୍ଓଡିଏଲ୍ ଜାରି ରଖିଥିବା ବିକାଶମୂଳକ ଅଭିଯାନ ବିଷୟରେ ଯଖପୁରା, ବ୍ରହ୍ମବରଦା, ଗନ୍ତିଆଳି ଓ ପଶ୍ଚିମବାଡ଼ର ସରପଂଚମାନେ ମଧ୍ୟ ସକାରାତ୍ମକ ମତାମତ ଦେଇଛନ୍ତି ।
ଅଧିକ ନିରବଚ୍ଛିନ୍ନ ଅଭିଯୋଗ ସମାଧାନ ଲାଗି ଟିପିଏନ୍ଓଡିଏଲ୍ ପକ୍ଷରୁ ନିଶ୍ଚିତ କରାଯାଇଛି ଯେ ନିଜ ସମସ୍ୟା ଲାଗି ଯେକୌଣସି ଗ୍ରାହକ ୧୮୦୦-୩୪୫୬-୭୧୮/୧୯୧୨ରେ କଲ୍ କରିପାରିବେ କିମ୍ବା ନୂଆ ସଂଯୋଗ ଅନୁରୋଧ ଲାଗି ୭୪୧୧୭୭୯୭୯୧ରେ ମିସଡ୍ କଲ୍ ଦେଇପାରିବେ ।
ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭାସ୍କର ସରକାର କହିଛନ୍ତି ଯେ, “ଗ୍ରାହକ ସେବାକୁ ଟିିପିଏନ୍ଓଡିଏଲ୍ ଅଗ୍ରାଧିକାର ଦେଉଛି । ଭରସାଯୋଗ୍ୟତା ଓ ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆଣିବା ଲାଗି ପୁରୁଣା ଭିତିଭୂମିରେ ଉନ୍ନତି, ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ, ଗ୍ରାହକ ସେବା କେନ୍ଦ୍ର ପରିଚାଳନା ଏବଂ ଅଭିନବ ସମାଧାନ ବିକାଶ ଭଳି ବହୁ ପ୍ରକାର ଉଦ୍ୟମ ଗ୍ରାମାଚଂଳରେ କରାଯାଉଛି ବୋଲି ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭାସ୍କର ସରକାର କହିଛନ୍ତି ।’’
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.