ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ସଫଳ ପରିଚାଳନାର ପ୍ରଥମ ବାର୍ଷିକୀ ପାଳନ

0 73

ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ସଫଳ ପରିଚାଳନାର ପ୍ରଥମ ବାର୍ଷିକୀ ପାଳନ
ବିତରଣ ଭିତିଭୂମିର ଉନ୍ନତୀକରଣ, ନୂତନ ପ୍ରଯୁକ୍ତିର ପ୍ରୟୋଗ ଓ ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି
୨୩.୬୯ ଲକ୍ଷ ପଞ୍ଜୀକୃତ ଗ୍ରାହକ ସଂଖ୍ୟା ସହ ୯୫ ଲକ୍ଷ ଜନସଂଖ୍ୟାକୁ ବିଦ୍ୟୁତ ଶକ୍ତି ପ୍ରଦାନ

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ଲାଗି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଆଜି ସଫଳ ପରିଚାଳନାର ପ୍ରଥମ ବର୍ଷ ପୂର୍ତୀ ପାଳନ କରାଯାଇଛି । ଟିପିଏସ୍‌ଓଡିଏଲ୍‌ ଗଠନ ହେବା ପରଠାରୁ ଯେଉଁଥିରେ ଟାଟା ପାୱାରର ୫୧ଧ ଅଂଶଧନ ରହିଛି, ତାହା ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ଭିତିଭୂମିରେ ଉନ୍ନତି ଆଣିବା ଓ ଏହାର ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଲାଗି ନିବେଶ ଜାରି ରଖିଛି ।

ଟିପିଏସ୍‌ଓଡିଏଲ୍‌ ଏବେ ୪୮,୭୫୧ ବର୍ଗ କିମି ବ୍ୟାପ୍ତ ବ୍ୟାପକ ବିତରଣ ଅଂଚଳରେ ୨୩.୬୯ ପଞ୍ଜୀକୃତ ଗ୍ରାହକ ସଂଖ୍ୟାକୁ ନେଇ ୯୫ ଲକ୍ଷ ଜନସଂଖ୍ୟାକୁ ସେବା ପ୍ରଦାନ କରୁଛି । ଗତ ଏକ ବର୍ଷରେ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ବିତରଣ ଭିତିଭୂମିକୁ ସୁଦୃଢ଼ କରିବା, ନୂଆ ପ୍ରଯୁକ୍ତି ଗ୍ରହଣ କରିବା ଏବଂ ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଏହାର ସେବାଗୁଡ଼ିକର ଡିଜିଟାଲ୍‌କରଣ କରିବା ଲାଗି ବହୁ ପଦକ୍ଷେପ ହାତକୁ ନିଆଯାଇଛି ।

ବିଦ୍ୟୁତ ନେଟ୍‌ୱର୍କରେ ଉନ୍ନତି
କଂପାନି ପକ୍ଷରୁ ପାୱାର ଟ୍ରାନ୍ସଫରମର୍‌ରେ ୧୪୮.୬ ଏମଭିଏ ସମେତ ବିତରଣ ଟ୍ରାନ୍ସଫରମର୍‌ରେ ୮୭ ଏମ୍‌ଭିଏ ଦକ୍ଷତା ଯୋଗ କରାଯାଇଛି । ହାଇ ଟେନ୍‌ସନ୍‌ (ଏଚ୍‌ଟି) ଓ ଲୋ ଟେନ୍‌ସନ୍‌ (ଏଲ୍‌ଟି) ନେଟ୍‌ୱର୍କର ରକ୍ଷଣାବେକ୍ଷଣ ଲାଗି
ଏଏମ୍‌ସି ମୂତୟନ ଜରିଆରେ ବିଦ୍ୟୁତ ଯୋଗାଣ ଭରସାଯୋଗ୍ୟତାରେ ଉନ୍ନତି ଆଣିବା ଲାଗି ଏହା ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ।

ପ୍ରଯୁକ୍ତି ଉନ୍ନତୀକରଣର ନେତୃତ୍ୱ
ନିଜ ନେଟ୍‌ୱକକୁ ସୁଦୃଢ଼ କରିବା ଲାଗି ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ବହୁ ପ୍ରଯୁକ୍ତି ଭିତିକ ନବସୃଜନ ଗ୍ରହଣ କରାଯାଇଛି । ଏହା ନିଜ ନେଟ୍‌ୱର୍କରେ ୧୫ ନୂଆ ପ୍ରାଇମେରି ସବ୍‌-ଷ୍ଟେସନ (ପିଏସ୍‌ଏସ୍‌) ସହିତ ହାଇ ଟେନ୍‌ସନ୍‌ ଲାଇନ୍‌ (ଏଚ୍‌ଟି)ରେ
୩୧୮ ସିକେଏମ୍‌ ଯୋଡ଼ିଛି । ତାର ଉପରେ ଥିବା ୧୧୦୮୯ ସିକେଏମ୍‌ ଗଛ ଶାଖାକୁ ଏହା ହଟାଇଛି । ଉପରେ ଝୁଲୁଥିବା ବିଦ୍ୟୁତ ତାର ଓ ପିଏସ୍‌ଏସ୍‌ଗୁଡ଼ିକର ଏହା ଥର୍ମୋ-ସ୍କାନିଂ କରିଛି । ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି
ଏହା ୧୦୦୦ରୁ ଅଧିକ ସଂଯୋଗ ଯୋଡ଼ିଛି ଓ ୫୦୦ ସଂଖ୍ୟକ ୩୩ କେଭି ଓ ୧୧ କେଭି ଭାକ୍ୟୁମ୍‌ ସର୍କିଟ୍‌ ବ୍ରେକର୍‌ (ଭିସିବି)ର ପରିବର୍ତନ/ ମରାମତି କରିଛି । ଡିସି ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଏହା ମୋଲ୍‌ଡେଡ୍‌ କେସ୍‌ ସର୍କିଟ୍‌
ବ୍ରେକର୍‌ (ଏମ୍‌ସିସିବି) ସିହିତ ଲୋ ଟେନ୍‌ସନ୍‌ ଡିଷ୍ଟ୍ରିବ୍ୟୁସନ ବକ୍ସ (ଏଲ୍‌ଟିଡିବି) ସ୍ଥାପନ କରିଥିବା ବେଳେ ବ୍ୟାଟେରି ଓ ଚାର୍ଜରକୁ ବଦଳାଇଛି । ୧୦୦ ପ୍ରାଇମେରି ସବ୍‌ ଷ୍ଟେସନ୍‌ର ରିଲେ ସେଟିଂ ଅଡିଟ୍‌ ମଧ୍ୟ କରିଛି ।

ଏହା ବ୍ୟତୀତ, ଟିପିଏସ୍‌ଓଡିଏଲ୍‌ ଟିମ୍‌ ପକ୍ଷରୁ ବିତରଣ ନେଟୱର୍କର ପ୍ରଭାବୀ ଓ ଉତ୍ପାଦକ ପରିଚାଳନା ଲାଗି ସୁପରଭାଇଜରି କଂଟ୍ରୋଲ୍‌ ଆଣ୍ଡ୍‌ ଡାଟା ଆକ୍ୱିଜିସନ (ସ୍କାଡା) ବ୍ୟବସ୍ଥା ଓ ଜିଓଗ୍ରାଫିକ୍‌ ଇନ୍‌ଫର୍ମେସନ୍‌ ସିଷ୍ଟମ୍‌ (ଜିଆଇସି) ଭଳି ନୂତନ ପ୍ରଯୁକ୍ତି ସହିତ ପ୍ରଯୁକ୍ତି ନବସୃଜନକୁ ପ୍ରୟୋଗ କରାଯାଇଛି । ଶ୍ରୀଯୁକ୍ତ ସଂଜୟ ବାଙ୍ଗା, ସଭାପତି-ଟିଆଣ୍ଡ୍‌ଡି, ଟାଟା ପାୱାର କହିଛନ୍ତି ଯେ, “ଗତ ଏକ ବର୍ଷରେ ଅନେକ ଆହ୍ୱାନ ସୃଷ୍ଟି ହୋଇଥିଲା ଏବଂ ତଥାପି ଟିପିଏସ୍‌ଓଡିଏଲ୍‌ରେ ଆମ କର୍ମଚାରୀମାନେ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଲାଗି ରହିଥିବା ଲକ୍ଷ୍ୟ ପ୍ରତି ପ୍ରତିବଦ୍ଧ ରହିଥିଲେ । ଟିପିସିଓଡିଏଲ୍‌ ଟିମ୍‌ ପକ୍ଷରୁ ଏକ ଉତମ ନେଟ୍‌ୱର୍କ ସୃଷ୍ଟି କରିବା, କର୍ମଚାରୀଙ୍କ ପ୍ରଶିକ୍ଷଣ, ଶ୍ରେଷ୍ଠ ସୁରକ୍ଷା ପ୍ରଥାକୁ ନିଶ୍ଚିତ କରିବା ଏବଂ ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବା ଲାଗି ପ୍ରଯୁକ୍ତିର ଲାଭକୁ ବ୍ୟବହାର କରିବା ଭଳି ବହୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଆମ ଉଦ୍ୟମରେ ନିରନ୍ତର ସହଯୋଗ ଲାଗି ଆମେ ଓଡ଼ିଶା ସରକାରଙ୍କ ନିକଟରେ କୃତଜ୍ଞ । ଭରସାଯୋଗ୍ୟ, ସୁଲଭ ଏବଂ ଗୁଣାତ୍ମକ ବିଦ୍ୟୁତ ଶକ୍ତି ସହିତ ଓଡ଼ିଶାରେ ଉକ୍ରୃଷ୍ଟ ଗ୍ରାହକ ସେବା ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ।’’

ଗ୍ରାହକ କୈନ୍ଦ୍ରୀକକୁ ନିଜ ମୂଳମନ୍ତ୍ର କରିବା
ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଡିଜିଟାଲ୍‌ ରୂପାନ୍ତରଣକୁ କାର୍ଯ୍ୟକାରୀ କରାଯିବା ସହ ୨୪ ଘଂଟିଆ ଦେୟମୁକ୍ତ କଲ୍‌ ସେଂଟର (୧୯୧୨ ଓ ୧୮୦୦୩୪୫୬୭୯୭)କୁ ସ୍ଥାପନ କରିବା ଭଳି ବହୁ ସମାଧାନର ବ୍ୟବସ୍ଥା କରାଯାଇଛି ଯେଉଁଥିରେ ଗ୍ରାହକମାନେ ନିଜ ସମସ୍ୟାକୁ ଦାଖଲ କରିପାରୁଛନ୍ତି । ଷ୍ଟେଟ୍‌ ଅଫ୍‌ ଆର୍ଟ ଗ୍ରାହକ ସମ୍ପର୍କ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି ଯେଉଁଠାକୁ ଜଣେ ଗ୍ରାହକ ପରିଦର୍ଶନ କରିପାରିବେ ଏବଂ ନିଜ ସମସ୍ୟା ଓ
ପ୍ରଶ୍ନର ସମାଧାନ ପାଇପାରିବେ ।

ନୂଆ ସଂଯୋଗ ଲାଗି ଏକ ମିସ୍‌ଡ କଲ୍‌ ସୁବିଧା ପ୍ରଦାନ କରାଯାଇଛି । ଜଣେ ଗ୍ରାହକ ୭୦୦୮୮ ୦୮୮୮୮କୁ କଲ୍‌ କରିପାରିବେ ଯେଉଁଥିରେ ଗ୍ରାହକ ସେବା କେନ୍ଦ୍ର ଅଧିକାରୀ କଲ୍‌ ବ୍ୟାକ୍‌ କରିବେ ଏବଂ ସହାୟତା ପ୍ରଦାନ କରିବେ ।
କଂପାନି ଏକ ନୂଆ ଗ୍ରାହକ ସମ୍ପର୍କ ପରିଚାଳନା ବ୍ୟବସ୍ଥାକୁ ପରିବର୍ତିତ ହୋଇଛି ଯଦ୍ୱାରା ମିଟରିଂ, ବିଲିଂ ଓ ପେମେଂଟ୍‌ ସମ୍ପର୍କିତ ସମସ୍ତ କାର୍ଯ୍ୟକଳାପକୁ ବାସ୍ତବ ସମୟରେ ନିରୀକ୍ଷଣ କରିହେବ । ଏହି ବ୍ୟବସ୍ଥା ଟିପିଏସ୍‌ଓଡିଏଲ୍‌କୁ ଗ୍ରାହକଙ୍କ
ଅଭିଳାକୁ ପରିଚାଳନା କରିବାରେ ସହାୟକ ହୋଇଛି । ବିଭିନ୍ନ ଚ୍ୟାନେଲ୍‌ କାର୍ଯ୍ୟକାରୀ କରାଯାଇଛି ଯଦ୍ୱାରା ଗ୍ରାହକମାନେ ଡିଜିଟାଲ୍‌ ମାଧ୍ୟମରେ ବିଦ୍ୟୁତ ବିଲ୍‌ ପଇଠ କରିପାରିବେ । କଂପାନି ଆଶା କରୁଛି ଯେ ସମସ୍ତ ଗ୍ରାହକ ଡିଜିଟାଲ୍‌
ମାଧ୍ୟମରେ ପେମେଂଟ୍‌ ପ୍ରଦାନ କରନ୍ତୁ ଯଦ୍ୱାରା ଗ୍ରାହକମାନେ ୨ଧ ରିହାତ ଓ ପେମେଂଟ୍‌ ଗେଟ୍‌ୱେ ଏଜେନ୍ସିଗୁଡ଼ିକ ପ୍ରଦାନ କରୁଥିବା ଅନ୍ୟାନ୍ୟ ପ୍ରମୋସନାଲ୍‌ ଅଫରଗୁଡ଼ିକର ଲାଭ ପାଇପାରିବେ । ବିଲିଂ ସମ୍ପର୍କିତ ସମସ୍ୟାଗୁଡ଼ିକୁ ଏଡ଼ାଇବା ଲାଗି ବଡ଼ ଧରଣର ମିଟର ବଦଳାଇବା କାର୍ଯ୍ୟ ଜାରି ରହିଛି ।

ଡିମାଣ୍ଡ୍‌ ସାଇଡ୍‌ ମ୍ୟାନେଜମେଂଟ୍‌ର ପ୍ରସାର ଲାଗି କଂପାନି ପକ୍ଷରୁ ଏନର୍ଜି ଏଫିସିଏନ୍ସି ସର୍ଭିସେସ୍‌ ଲିମିଟେଡ୍‌ (ଇଇଏସ୍‌ଏଲ୍‌) ସହିତ ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ଏହି ଏମ୍‌ଓୟୁ ଅଧୀନରେ ଶକ୍ତି ମିତବ୍ୟୟୀ ଉପକରଣଗୁଡ଼ିକର
ପ୍ରସାର କରାଯିବ ଯଦ୍ୱାରା ପରିବେଶକୁ ବଂଚାଇବା ଲାଗି ଗ୍ରାହକମାନେ ବିଦ୍ୟୁତ ଶକ୍ତି ସଂଚୟ କରିପାରିବେ । ଶ୍ରୀଯୁକ୍ତ ଅରବିନ୍ଦ ସିଂହ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ କହିଛନ୍ତି
ଯେ, “ଟିପିଏସ୍‌ଓଡିଏଲ୍‌ରେ ଆମ ସମସ୍ତଙ୍କ ପାଇଁ ଗ୍ରାହକଙ୍କ ସହ ଯୋଡ଼ି ହେବା, ସେମାନଙ୍କ ସମସ୍ୟାକୁ ବୁଝିବା, ନବସୃଜନ ଆଣିବା, ଆହ୍ୱାନଗୁଡ଼ିକର ମୁକାବିଲା, ଉନ୍ନତିକରଣ ଏବଂ ନିରନ୍ତର ଶିକ୍ଷାର ଏହା ଏକ ବର୍ଷ ଥିଲା । ଉନ୍ନତ
ଗ୍ରାହକ ସନ୍ତୁଷ୍ଟି ଲାଗି ଅଭିଯାନ ଓ ନବସୃଜନକୁ ବଢ଼ାଇବା ଲାଗି ଆମେ ଆମର ଶ୍ରେଷ୍ଠ ଉଦ୍ୟମକୁ କାର୍ଯ୍ୟକାରୀ କରିଥିଲୁ ।

ଟିପିଏସ୍‌ଓଡିଏଲ୍‌ରେ ଏକ ସୁଦୃଢ଼ ଓ ଉଚ୍ଚ ଭରସାଯୋଗ୍ୟ ନେଟ୍‌ୱର୍କ ସୃଷ୍ଟି କରିବା ଲାଗି ପ୍ରଯୁକ୍ତି ବ୍ୟବହାର ଜାରି ରଖିବା ଦିଗରେ ଆମେ ଆଗକୁ ବଢ଼ିଛୁ । ଆମର ବିଶ୍ୱାସ ରହିଛି ଯେ ଆମେ ଆମର ଉତ୍ସର୍ଗୀକୃତ ମନୋଭାବ, ଦଳଗତ କାର୍ଯ୍ୟ
ଏବଂ ଗ୍ରାହକଙ୍କ ସହିତ ଦୃଢ଼ ସମ୍ପର୍କ ଜରିଆରେ ରୂପାନ୍ତରଣକୁ ଜାରି ରଖିବୁ ।’’ କର୍ମଚାରୀ ଦକ୍ଷତା ଗଠନ ଓ ସୁରକ୍ଷା ସଂସ୍କୃତିରେ ଉନ୍ନତି ଉପରେ ଧ୍ୟାନ ପ୍ରାକୃତିକ/ ମନୁଷ୍ୟକୃତ ବିପର୍ଯ୍ୟୟର ମୁକାବିଲା ଲାଗି ଟିପିଏସ୍‌ଓଡିଏଲ୍‌ର ଏକ ଦୃଢ଼ “ବିଜନେସ୍‌ କଂଟିନୁଇଟି ଆଣ୍ଡ୍‌ ଡିଜାଷ୍ଟର ମ୍ୟାନେଜମେଂଟ୍‌ ପ୍ଲାନ୍‌ (ବିସିଡିଏମ୍‌ପି) ରହିଛି । କର୍ମଚାରୀ କୈନ୍ଦ୍ରୀକ ସହିତ ସାମାଜିକ ଅଭିଯାନ ପାଇଁ ଏବଂ ସୁରକ୍ଷା ସଂସ୍କୃତିର ପ୍ରସାର ଲାଗି ଟିପିଏସ୍‌ଓଡିଏଲ୍‌ ବହୁ ପଦକ୍ଷେପ ଗ୍ରହଣ କରିଛି ଯାହା ଏହି ଡିସ୍‌କମ୍‌କୁ ସମ୍ମାନଜନକ “ରାଜ୍ୟସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର ୨୦୨୧ (ଷ୍ଟେଟ୍‌ ଲେବଲ୍‌ ଇଲେକ୍ଟ୍ରିକାଲ୍‌ ସେଫ୍‌ଟି ଆୱାର୍ଡ ୨୦୨୧) ହାସଲ କରିବାରେ ସହାୟକ ହୋଇଛି ।

ଶ୍ରମ ଶକ୍ତିର ଦକ୍ଷତା ଗଠନ ଓ କୌଶଳରେ ଉନ୍ନତି ଆଣିବା ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛି ଯେଉଁଥିପାଇଁ ମାନବ ସମ୍ବଳ (ଏଚ୍‌ଆର୍‌) ଟିମ୍‌ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ସମସ୍ତ ନିୟମିତ ସମେତ ବିଜନେସ୍‌ ଆସୋସିଏଟ (ବିଏ)
କର୍ମଚାରୀମାନଙ୍କ ଲାଗି ନିୟମିତ ଭାବେ ଉଭୟ କଂପାନି ଭିତରର ଏବଂ ବାହ୍ୟ ଫାକଲଟିମାନଙ୍କ ଦ୍ୱାରା ସୁରକ୍ଷା, କମ୍ପ୍ୟୁଟର ସାକ୍ଷରତା, ବ୍ୟବହାର କୌଶଳ, ଓଆଣ୍ଡ୍‌ଏମ୍‌, ଏସଟିଏସ୍‌ ଓ ପିଏସ୍‌ଏସ୍‌ ପରିଚାଳନାରେ ବୈଷୟିକ ପ୍ରଶିକ୍ଷଣ,
ସୁରକ୍ଷା ପିପିଇର ବ୍ୟବହାର ଓ ଶ୍ରେଷ୍ଠ ପ୍ରଥା ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । କର୍ମଚାରୀ, ବ୍ୟବସାୟ ସହଯୋଗୀ ଓ ଗ୍ରାହକଙ୍କ ଦ୍ୱାରା ଅସୁରକ୍ଷିତ ସ୍ଥିତିର ସୂଚନା ଦେବା ଲାଗି କଂପାନି ପକ୍ଷରୁ ସୁରକ୍ଷା ପ୍ରହରୀ ଆପ୍‌ର ଶୁଭାରମ୍ଭ କରାଯାଇଛି । ସୁରକ୍ଷା ସଚେତନତା ରଥ, ସୁରକ୍ଷା ଜିଙ୍ଗଲ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଅଲ ଇଣ୍ଡିଆ ରେଡିଓ ଆଦି ଜରିଆରେ ଜନ ସୁରକ୍ଷା ସଚେତନତା ଅଭିଯାନ ଗ୍ରହଣ କରାଯାଇଛି ।

ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଏକ ୧୦ପି ମଡେଲ୍‌ “ପରିବର୍ତନ ରୁ ପ୍ରଗତି” ଗ୍ରହଣ କରାଯାଇଛି ଯାହା ଯେଉଁ ପ୍ରକୃତରେ ଏକ ସଂସ୍କୃତି ଗଠନ ଓ ପରିବର୍ତନ ପରିଚାଳନା ଅଭିଯାନ ଯେଉଁଥିରେ ପ୍ରମୁଖ ପ୍ରାଥମିକତାଗୁଡ଼ିକ ହେଉଛି ମୂଲ୍ୟବୋଧ,
ସୁରକ୍ଷା, ସକାରାତ୍ମକ, ପ୍ରେରଣା, ଆତ୍ମବିଶ୍ୱାସ, ନେତୃତ୍ୱ ଦୂରଦୃଷ୍ଟି ଓ କାର୍ଯ୍ୟାନୁଷ୍ଠାନ ଯୋଜନା, ବ୍ୟାପକ ପ୍ରବେଶ କାର୍ଯ୍ୟକ୍ରମ, କମ୍ପ୍ୟୁଟର ସାକ୍ଷରତା ଓ ଗ୍ରାହକ ସେବା ଉକ୍ରର୍ଷ ।
ଭଲ କର୍ପୋରେଟ୍‌ ନାଗରିକତା ଓ ସମାଜକୁ ସହାୟତା ପ୍ରଥାର ପାଳନ ଗତ ବର୍ଷ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ବିଭିନ୍ନ ଗୋଷ୍ଠୀ ଗଠନ ଅଭିଯାନ ଗ୍ରହଣ କରାଯାଇଛି । ମହାମାରୀ ସମୟରେଟିପିଏସ୍‌ଓଡିଏଲ୍‌ ପକ୍ଷରୁ ପିପିଇ କିଟ୍‌, ଏନ୍‌-୯୫ ମାସ୍କ ଆଦି ମେଡିକାଲ୍‌ ଷ୍ଟାଫଙ୍କୁ ବଂଟନ କରାଯାଇଥିଲା ଓ ବ୍ରହ୍ମପୁର ସିଟି ହସ୍ପିଟାଲ୍‌କୁ ୧୦ ଅକ୍ସିଜେନ୍‌ କନ୍‌ସେଂଟ୍ରେଟର ଦିଆଯାଇଥିଲା । ଜିଲ୍ଲା ପୋଲିସ ଓ ମେଡିକାଲ୍‌ କର୍ତୃପକ୍ଷଙ୍କ ସହାୟତାରେଏହା ସହରାଚଂଳ ଗରିବଙ୍କୁ ୫୦୦ରୁ ଅଧିକ ଫିଲ୍‌ଟର ଭିତିକ ଏସ୍‌ଏଚ୍‌ଜି-୯୫ ମାସ୍କ, ସାନିଟାଇଜର ଓ ଇମ୍ୟୁନିଟି ବୁଷ୍ଟର ବଂଟନ କରିଥିଲା । ବିଲିଂ ଓ ସ୍ୱାବଲମ୍ବୀ କାର୍ଯ୍ୟକଳାପ ଲାଗି ଏହି ଡିସ୍‌କମ୍‌ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ହୋଇଛି । କଂପାନି ପକ୍ଷରୁ ରକ୍ତଦାନ ଶିବିର ଏବଂ ଟାଟା ଭଲ୍ୟୁଟରିଂ ୱିକ୍‌ରେ ଗୋପାଳପୁର ବେଳାଭୂମିରେ ଏକ ପ୍ଲାଷ୍ଟିକ୍‌ ମୁକ୍ତ ଜୋନ୍‌ ପାଇଁ ଅଭିଯାନ ଗ୍ରହଣ କରାଯାଇଥିଲା ।

ଟିପିଏସ୍‌ଓଡିଏଲ୍‌ର ସ୍ଥାପନା ଓଡ଼ିଶାରେ ଟାଟା ପାୱାର ପାଇଁ ଏକ ନୂଆ ମାଇଲଖୁଂଟ ସ୍ଥାପନ କରିଛି । ଉଲ୍ଲେଖନୀୟ ଭାବେ ଯୋଗଦାନ କରିବା ଏବଂ ରାଜ୍ୟ ପାଇଁ ଏକ ଦୃଢ଼ ବିଦ୍ୟୁତ ବିତରଣ ବ୍ୟବସାୟ ସୃଷ୍ଟି କରିବା ଉପରେ କଂପାନି ଏବେ ଗୁରୁତ୍ୱାରୋପ କରିଛି ।

Leave A Reply