ଚୋର ନିଜେ ଆସି ମନ୍ଦିରକୁ ଫେରାଇଲା ଶ୍ରୀରାମଙ୍କ ଅଷ୍ଟଧାତୁ ମୂର୍ତ୍ତି
ଅଯୋଧ୍ୟା: ଅଯୋଧ୍ୟାରୁ ଚୋରୀ ହୋଇଥିବା ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଶ୍ରୀରାମଙ୍କ ମୂର୍ତ୍ତି ମିଳିଯାଇଛି । ଆଶ୍ଚର୍ଯ୍ୟର କଥା ଯେ, ଚୋରୀ କରିଥିବା ବ୍ୟକ୍ତି ଶ୍ରୀରାମଙ୍କ ମୂର୍ତ୍ତି ମନ୍ଦିରକୁ ଫେରାଇ ଦେଇଛି । ଚୋର ଅଜୟର କହିବା ଅନୁସାରେ, ଯେତେବେଳେ ସେ ଚୋରୀ କରିଥିଲା, ସେତେବେଳ ଠାରୁ ସେ କଷ୍ଟ ଅନୁଭବ କରିଥିଲା । ତାହାକୁ ଚିନ୍ତା ସହିତ ଭୟଙ୍କର ସ୍ପପ୍ନ ଆସିଥିଲଶ । ସେ ମୁର୍ତ୍ତିକୁ ବହୁତ ଦିନ ପାଖରେ ରଖି ପାରିଲା ନାହିଁ ଓ ନିଜେ ଯୁଗଳ ମାଧୁରୀ କୁଞ ମନ୍ଦିରର ପୂଜକଙ୍କୁ ଭଗବାନ ରାମଙ୍କ ମୂର୍ତ୍ତି ଦେଇଦେଇଥିଲା । ମୂର୍ତ୍ତି ଫେରାଇବା ପରେ ତା ଦେହର ପୀଡା ଛାଡି ଯାଇଥିଲା କିନ୍ତୁ ପୋଲିସ ହାତରେ ଧରା ପଡିଯାଇଥିଲା । ପୋଲିସ ଚୋର ଅଜୟ ଶୁକ୍ଳାକୁ ନେଇଯାଇଥିଲା ।
ଭଗବାନ ରାମଙ୍କ ସହର ଅଯୋଧ୍ୟାରେ ମେ’ ମାସ ୨୭ ଦ୍ୱିପହରରେ ଶ୍ରୀରାମଙ୍କ ପ୍ରାଚୀନ ଅଷ୍ଟଧାତୁ ମୁର୍ତ୍ତି ଚୋରୀ ହୋଇଥିଲା । ରାମଙ୍କ ଜନ୍ମଭୂମି ପଖରୁ ସବୁଠାରୁ ସୁରକ୍ଷିତ ସ୍ଥାନର ୟୋଲୋ ଜୋନ ଯୁଗଲ ମାଧୁରୀ କୁଞ ମନ୍ଦିରରୁ ଭଗବାନଙ୍କ ମୂର୍ତ୍ତି ଚୋରୀ ଘଟଣା ପୋଲିସ ପାଇଁ ଚ୍ୟାଲେଞି ଥିଲା । ଏସଏସପି ଯୋଗେନ୍ଦ୍ର କୁମାର କିଛି ପୋଲିସ ଟିମ ଗଠନ କରି ସମ୍ଭାବିତ ସମ୍ବେଦନଶୀଳ ସ୍ଥାନରେ ଚଢାଉ କରିଥିଲେ । ସେହି ସମୟରେ ଗୋଟିଏ ଯୁବକ ଯୁଗଲ ମାଧୁରି କୁଞ ମନ୍ଦିର ଆସିଲା ଓ ଚୋରୀ ହେଇଥିବା ମୂର୍ତ୍ତିକୁ ଫେରାଇଥିଲା । ଚୋରୀ ହୋଇଥିବା ମୁର୍ତ୍ତି ପାଇ ମନ୍ଦିର ପରିସରରେ ଖୁସିର ଲହରି ଖେଲି ହୋଇଯାଇଥିଲା ।
ଗୌଡା ଜିଲ୍ଲାରେ ବାସ କରୁଥିବା ମୁର୍ତ୍ତି ଚୋର ଅଜୟ ଶୁକ୍ଲାର କହିବା ଅନୁସାରେ ଯେବେଠାରୁ ଭଗବାନ ରାମଙ୍କ ମୂର୍ତ୍ତି ଚୋରୀ କରିଥିଲା, ସେବେଠାରୁ ତା ଶରୀର ଖରାପ ହି ଖରାପ ହେଉଛି । ମୁର୍ତ୍ତି ଚୋରୀ ପରେ ଅଜୟ ଶରୀରରେ ଅଜବ ପୀଡା ଆରମ୍ଭ ହୋଇଯାଇଥିଲା । ଯାହା ଅସହନୀୟ ଥିଲା । ତାହାକୁ ଖରାପ ଖରାପ ସ୍ୱପ୍ନ ଆସୁଥିଲା । ଚୋରୀ ମୂର୍ତ୍ତିକୁ ୫ଦିନ ମଧ୍ୟ ନିଜ ପାଖରେ ରଖିପରିଲା ନାହିଁ ଓ ଯାଇ ଯୁଗଲ ମାଧୁରୀ କୁଞ ମନ୍ଦିରରେ ଦେଇଦେଲା ।
ଅଯୋଧ୍ୟାର ଯୁଗଲ ମାଧୁରୀ କୁଞ ମନ୍ଦିରର ପୂଜାରୀ ରାଜ ବାହାଦୁର କୁହନ୍ତି, ଶୁକ୍ରବାର ଚୋର ନିଜେ ମନ୍ଦିରକୁ ଆସିଥିଲା ଓ ଚୋରୀ ହୋଇଥିବା ରାମଙ୍କ ମୂର୍ତ୍ତି କୁ ଫେରାଇ ଦେଇଥିଲା । ଏସଏସପି ଯୋଗେନ୍ଦ୍ର କୁମାରଙ୍କ ଅନୁସାରେ ମୂର୍ତ୍ତି ଚୋର ବହୁତ ଡରି ଯାଇଥିଲା ଓ ଖୁବ ଶୀଘ୍ର ମୂର୍ତ୍ତିକୁ ତା ଜାଗାରେ ପହଂଚାଇବା ପାଇଁ ଚାହୁଥିଲା । ପୋଲିସ ମୂର୍ତ୍ତି ଚୋର ଓ ମୂର୍ତ୍ତିକୁ ନିଜ ଅଧିନ କରି ଆଇନ ଅନୁସାରେ କାର୍ଯ୍ୟ ଆରମ୍ଭ କରିଦେଲା । ମୂର୍ତ୍ତି ଏବେ ନିଜର ସ୍ଥାନରେ ବିଧି ବିଧାନ ଅନୁସାରେ ପୁନଃ ସ୍ଥାପନ କରାଯିବ ।