ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଗୁଇନ୍ଦା ରିପୋର୍ଟ ପରେ ସୁରକ୍ଷା ପାଇଁ ପୁରୀ ପୁଲିସ ପ୍ରସ୍ତୁତ ଥିବା କହିଲେ ଏସ୍‌ପି

0 1,456

ପୁରୀ- ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଂକା ରହିଛି ବୋଲି ଗୁଇନ୍ଦା ରିପୋର୍ଟରୁ ସୂଚନା ମିଳିଛି । ଏହାପରେ ପୁରୀ ପୋଲିସ ସୁରକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଏସ୍‍ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି ।

ସମୁଦ୍ରକୂଳ ଅଞ୍ଚଳରେ ନାଭାଲ ଓ କୋଷ୍ଟଗାର୍ଡ ତରଫରୁ ପାଟ୍ରୋଲିଂ କରାଯାଉଛି । ସମୁଦ୍ର କୂଳ ଅଞ୍ଚଳରେ ବିଳମ୍ବିତ ରାତିରେ ବୁଲାବୁଲି କରୁଥିବା ଅଜଣା ଲୋକଙ୍କ ଉପରେ ନଜର ରଖିବାକୁ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି ବୋଲି ଏସ୍‍ପି କହିଛନ୍ତି ।
ପୁରୀ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଓ ସହର ମଧ୍ୟରେ ଯାଞ୍ଚ କରାଯାଉଛି । ଶ୍ରୀମନ୍ଦିରରେ
ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହିତ ବାହାରେ ୨୪ ଘଣ୍ଟିଆ ପୋଲିସ ପହରା ରଖାଯାଇଛି । ୱାଚ୍‍ ଟାୱାର ମାଧ୍ୟମରେ ବଡଦାଣ୍ଡ ଓ ମନ୍ଦିର ଚାରିପଟେ କଡା ନଜର ରଖାଯାଇଛି । ସେହିପରି ସିସିଟିଭି ଜରିଆରେ
ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ନଜର ରଖିଛି ବୋଲି ଏସ୍‍ପି କହିଛନ୍ତି ।

Leave A Reply