ଦିନକୁ ଖାଆନ୍ତୁ ୨ଟି କଦଳୀ, କମିବ ରକ୍ତଚାପ

0 1,648

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଦିନକୁ ୨ଟି କଦଳୀ ଖାଇବା ଦରକାର । କାରଣ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଶରୀର ପକ୍ଷେ ଏହା ମଙ୍ଗଳଦାୟକ । ଗୋଟିଏ କଦଳୀରେ ଆପଣଙ୍କର ଭିଟାମିନ ବି-୬ ର ଦୈନିକ ଆବଶ୍ୟକତାର ୨୦ ପ୍ରତିଶତ ଯେତେବେଳେ କି ‘ଭିଟାମିନ-ସି’ର ଦୈନିକ ଆବଶ୍ୟକତା ୧୫ ପ୍ରତିଶତ ହୋଇଥାଏ । ଏହା ଆପଣଙ୍କର ଶରୀରର ସନ୍ତୁଳନ, ହେମୋଗ୍ଳୋବିନ ଓ ଓମୋନି ଏସିଡ ବନାଇବାରେ ସାହାଯ୍ୟ କରିଥାଏ, ଯାହା ସୁସ୍ଥ କୋଶିକାଗୁଡକ ତିଆରି କରିବା ପାଇଁ ଆବଶ୍ୟକ ଅଟେ ।
ଆସନ୍ତୁ ଜାଣିବା ଯେ ଯଦି ଆପଣ ସବୁଦିନେ ୨ଟି କଦଳୀ ଖାଆନ୍ତି ତେବେ ଆପଣଙ୍କ ଶରୀର ଉପରେ କଣ ପ୍ରଭାବ ପଡୁଛି । ଆୟୁର୍ବେଦାଚାର୍ଯ ଡା.ଜିସି ଭଟ୍ଟ କୁହନ୍ତି, ସବୁଦିନେ ୨ଟି କଦଳୀ ଖାଇଲେ ଆପଣଙ୍କର ରକ୍ତଚାପ ନିୟନ୍ତ୍ରିତ ରହିଥାଏ । କଦଳୀରେ ପ୍ରାୟ ୪୨୦ ମିଲିିଗ୍ରାମ ପୋଟାସିୟମ ରହିଥିାଏ, ଯାହା ରକ୍ତଚାପକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ । ଏହା ରକ୍ତ ବାହିକାଗୁଡିକୁ ସୁସ୍ଥ ରଖିବାରେ ମଧ୍ୟ ସହାଯ୍ୟ କରିଥାଏ ଓ କୋଲେଜନ ଉତ୍ପାଦନ କରିଥାଏ ।
କଦଳୀରେ ଟିପ୍ଟୋଫ୍ୟାନ ଥାଏ, ଯାହା ଆମର ଶରୀରକୁ ସେରୋଟୋନିନ ପ୍ରାପ୍ତ କରିବା ପାଇଁ ଆବଶ୍ୟକ ହୋଇଥାଏ । ଗୋଟିଏ କଦଳୀରେ ପ୍ରାୟ ୨୭ ମିଲିଗ୍ରାମ ମାଗ୍ନେସିୟମ ରହିଥାଏ । ଏହି ଖଣିଜ ଭଳ ମନ ଓ ଭଳ ନିଦ ଲାଗିବାରେ ସାହାଯ୍ୟ କରିଥାଏ । କଦଳୀ ଶୀଘ୍ର ପାଚିଯାଏ । ଗୈଷ୍ଟ୍ରୋ-ଇଣ୍ଟଷ୍ଟାଇନଲ ଟ୍ରେକ୍ଟ ହଇରାଣ କରିନଥାଏ । କଦଳୀରେ ରହିଥିବା ପ୍ରତିରୋଧୀ ଷ୍ଟାର୍ଚ ପାଚି ନଥାଏ ଓ ଶେଷ ହୋଇଥାଏ । ଏହା ସୁସ୍ଥ ବ୍ୟାକ୍ଟେରେଆ ପାଇଁ ପ୍ରଭାବି ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ ।

Leave A Reply