ଦାନ୍ତକୁ ଧଳା ଚକ ଚକ  କରିବେ କେମିତି!

ଦାନ୍ତକୁ ଧଳା ଚକ ଚକ  କରିବେ କେମିତି!

0 1,000

ସମସ୍ତେ ସୁନ୍ଦର ଚେହେରା ସହ ଧଳା ଚକ୍‌ ଚକ୍‌ ଦାନ୍ତ ଚାହାନ୍ତି  ଜାଣନ୍ତୁ, ଦାନ୍ତକୁ କିପରି ସୁନ୍ଦର ଏ ଧଳା ଚକ୍‌ ଚକ୍‌ ରଖିବେ

ବ୍ରଶ୍‍ କରିବା ପାଇଁ ହ୍ୱାଇଟ୍‍ନିଂ ଟୁଥ୍‍ପେଷ୍ଟ ବ୍ୟବହାର କରନ୍ତୁ। ଅନ୍ୟ ଟୁଥ୍‍ପେଷ୍ଟ ଅପେକ୍ଷା ଏହା ଦାନ୍ତରେ ଲାଗିଥିବା ମଇଳା ଓ ଖାଦ୍ୟ  ବାହାର କରିବାେର ବେଶୀ ସହାୟକ ହୋଇଥାଏ। ଏଥିରେ ବ୍ଲିଚ୍‍ ବଦଳରେ କାର୍ବୋମାଇଡ୍‍ ପେରକ୍ସାଇଡ ଏବଂ ହାଇଡ୍ରୋଜେନ୍‍ ପେରକ୍ସାଇଡ୍‍ ରହିଛି। ଏହି ରସାୟନ ଦାନ୍ତ ଚମକାଇବାରେ ସାହାଯ୍ୟ କରେ।

ଭିଟାମିନ୍‍ ସି’ ଅଭାବରୁ ମଧ୍ୟ ଦାନ୍ତ ଏବଂ ମାଢିରେ ବ୍ୟାକ୍ଟେରିଆ ବଢିଯାଆନ୍ତି। ଏହାର ପ୍ରଭାବ ଦାନ୍ତର ରଙ୍ଗ ଉପରେ ପଡେ। ତେଣୁ ଖାଦ୍ୟରେ ଭିଟାମିନ୍‍ ସି’ ପରିମାଣ ସଠିକ୍‍ ରଖିବା ଲାଗି ଅଁଳା, କମଳା, ମୌସୁମୀ ପରି ଫଳ ଖାଇବା ଉଚିତ।

ଦାନ୍ତରେ ଜମିଥିବା ପରସ୍ତ ସଫା କରିବା ଲାଗି ଆପଲ ସାଇଡର ଭିନେଗାର ବେଶୀ ଜରୁରୀ ହୋଇଥାଏ। ଏହି ଭିନେଗାର ଏକ ଚାମଚରେ ଦୁଇ ଚାମଚ ପାଣି ମିଶାଇ ଦାନ୍ତ ସଫା କରନ୍ତୁ।

ନଡିଆ ତେଲ ମଧ୍ୟ ଦାନ୍ତ ସଫା କରିପାରେ। ନିୟମିତ ନଡିଆ ତେଲରେ ଦାନ୍ତ ସଫା କଲେ ଏହା ଉପରେ ଜମିଥିବା ମଇଳା ଆସ୍ତରଣ ସଫା ହୋଇ ଦାନ୍ତ ଉଜ୍ଜ୍ୱଳ ଦିଶେ।

ଦିନକୁ ଦୁଇଥର ବ୍ରଶ୍‍ କରିବା ଉଚିତ। ବିଶେଷକରି ରେଡ୍‍ୱାଇନ, କଫି, ବ୍ଲୁବେରୀ, ଜାମୁକୋଳି, ବିଟ୍‍ ଆଦି ଖାଇବା ପରେ ତୁରନ୍ତ ବ୍ରଶ୍‍ କରିବା ଦରକାର। କାରଣ, ଏଗୁଡିକ ଦାନ୍ତ ଉପରେ ହଳଦିଆ ପରସ୍ତ ଜମାଇ ଦେଇଥାନ୍ତି।

Leave A Reply