ଆଇନା ଭାଙ୍ଗିବା ,ଅନ୍ଧ ବିଶ୍ୱାସ ପଛର କାରଣ

ଆଇନା ଭାଙ୍ଗିବା ,ଅନ୍ଧ ବିଶ୍ୱାସ ପଛର କାରଣ

0 670

ଆଇନା ଭାଙ୍ଗିଯିବା ପୂର୍ବ କାଳରେ ଆଇନାର ମୂଲ୍ୟ ଅଧିକ ଥିଲା। ସାଧାରଣ ଲୋକ ଏହାକୁ କିଣିବା ଦୁଃସାଧ୍ୟ ଥିଲା। ଏବେ ଯେପରି ଆଇନା ଦେଖିବାକୁ ମିଳୁଛି ସେତେବେଳେ ତାହା ସେପରି ନଥିଲା। ବହୁତ କଦର୍ଯ୍ୟ ଥିଲା। ପୁରାତନ କାଳରେ ଆଇନାକୁ ଲୋକମାନେ ଦୁର୍ମୂଲ୍ୟ ବସ୍ତୁ ବୋଲି ମନେ କରୁଥିଲେ। ଏହାକୁ ଯତ୍ନରେ ରଖିବା ପାଇଁ ସେତେବେଳର ଲୋକେ ଏକ ସ୍ଲୋଗାନ ଚଳାଇଥିଲେ। ତାହା ଥିଲା ‘ଯିଏ ଆଇନାକୁ ଭାଙ୍ଗିବ ତା’ର ଭାଗ୍ୟ ୭ ବର୍ଷ ପାଇଁ ଖରାପ ହୋଇଯିବ’। ଏହାଦ୍ୱାରା ସମସ୍ତେ ଯତ୍ନର ସହ ଆଇନାର ବ୍ୟବହାର କରିବାକୁ ଲାଗିଲେ। ଏହି ପ୍ରଥାକୁ ସର୍ବ ପ୍ରଥମେ ରୋମବାସୀ ପ୍ରଚଳନ କରିଥିଲେ। ଆଇନାରେ ମୁହଁ ଦେଖିବା ସେମାନଙ୍କ ପାଇଁ ସୌଭାଗ୍ୟର କଥା ଥିଲା। ତେଣୁ ଆଜିର ସମୟରେ ଆଇନା ଭାଙ୍ଗିବାକୁ ଅଶୁଭ ବୋଲି କୁହାଯାଉଛି।

Leave A Reply